ପ୍ରତିଶ୍ରୁତି ଦେଇ ଭୂଲିଗଲେ ସରକାର ! ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଆମରଣ ଅନଶନରେ ରାଜ୍ୟ ଗଣଶିକ୍ଷକ ମହାସଂଘ

40

କନକ ବ୍ୟୁରୋ : ବିଭିନ୍ନ ଦାବି ନେଇ ରାଜ୍ୟ ଗଣଶିକ୍ଷକ ମହାସଂଘ, ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ଭୁବନେଶ୍ୱର ଘର ଆଗରେ ଆମରଣ ଅନଶନ ଆରମ୍ଭ କରିଛି । ଚାକିରୀ ନିୟମିତ କରିବା ଦାବିରେ ସଂଘ ଏହି ପଦକ୍ଷେପ ନେଇଛି । ସଂଘ ଅଭିଯୋଗ କରିଛି, ସେପ୍ଟେମ୍ବର ମାସରେ ଗଣଶିକ୍ଷକ ମନ୍ତ୍ରୀଙ୍କଠାରୁ ଆଠ ବର୍ଷରେ ସମସ୍ତ ଯୋଗ୍ୟ ବିବେଚିତ ଗଣଶିକ୍ଷକ ନିୟମିତ ହେବାର ପ୍ରତିଶ୍ରୃତି ମିଳିଥିଲା । ସରକାର ଏ ନେଇ ପରିବର୍ତିତ ନିର୍ଦ୍ଦେଶନାମା ପ୍ରକାଶ କରିବାକୁ କହିଥିଲେ । କିନ୍ତୁ ଦୀର୍ଘଏକମାସ ହୋଇଯାଇଥିଲେ ବି ଏ ବାବଦରେ କିଛି ଘୋଷଣା କରାଗଲା ନାହିଁ । ଏହାର ପ୍ରତିବାଦରେ ମହାସଂଘ ମନ୍ତ୍ରୀଙ୍କ ଘର ଆଗରେ ଅନଶନ ଆରମ୍ଭ କରିଛି ।