ଘୁଂଚିଲା ଜିଓଫୋନର ଡେଲିଭରି ତାରିଖ ! ଜାଣନ୍ତୁ କେବେ ମିଳିବ ଫୋନ

52

ଟେଲିକମ୍ ଜଗତରେ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ନିକଟରେ ଲଂଚ କରିଥିବା ଫିଚର ଫୋନକୁ ନେଇ ସମସ୍ତଙ୍କ ମନରେ ଭରିରହିଛି ପ୍ରବଳ ଉତ୍ସାହ । ଫୋନର ପ୍ରି-ବୁକି ଅଗଷ୍ଟ ୨୪ରେ ଆରମ୍ଭ ହେବା ସହ ଗତ ୨୬ ତାରିଖରେ ବନ୍ଦ ଏହି ପ୍ରକ୍ରିୟାକୁ କରିଦିଆଯାଇଛି । ଏହି ଫୋନର ପ୍ରି-ବୁକିଙ୍ଗ ଆରମ୍ଭ ହେବାର ମାତ୍ର କିଛି ମିନିଟ ମଧ୍ୟରେ ଲକ୍ଷ ଲକ୍ଷ ଲୋକ ଏହି ଫୋନ କିଣିବାକୁ ଆବେଦନ କରିଥିଲେ ।

ତେବେ ପ୍ରି-ବୁକିଙ୍ଗ ପରେ ଏବେ ଫୋନ ଗ୍ରାହକଙ୍କ ପାଖରେ କିପରି ଶୀଘ୍ର ପହଞ୍ଚିବ ସେ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛି କମ୍ପାନି । ଏଥିପାଇଁ ପ୍ରଥମେ ଭାରତର ୫ଟି ପ୍ରମୁଖ ସହର ତଥା ଦିଲ୍ଲୀ, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ ଓ ଅହମ୍ମଦାବାଦ ଭଳି ପ୍ରମୁଖ ସହରରେ ପ୍ରଥମେ ଏହି ଫୋନ ଉପଲବ୍ଧ ହେବ । ଏଥିସହିତ ଏହି ଫୋନ ଜିଓ ସେଣ୍ଟର ଓ ରିଲାଏନ୍ସ ଜିଓ ଷ୍ଟୋରରେ ବି ଉପଲବ୍ଧ ହେବ ।

ଏବେ ପ୍ରଶ୍ନ ଉଠୁଛି କି କେବେ ଏହି ଫୋନ ମିଳିବ ? ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ମୁତାବକ, ଜିଓଫୋନର ଡେଲିଭରି ଚଳିତମାସ ତଥା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ହେବାକୁ ଥିଲା ମାତ୍ର ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହାର ପ୍ରି-ବୁକିଙ୍ଗ ପୁଣି ଥରେ ଆରମ୍ଭ କରାଯିବା ସହିତ ଫୋନର ଡେଲିଭରି ତାରିଖକୁ ପାଖାପାଖି ଗୋଟିଏ ସପ୍ତାହ ଯାଏଁ ଘୁଂଚାଇ ଦିଆଯାଇଛି । ଯାହାର ଅର୍ଥ ହେଲା, ସେପ୍ଟେମ୍ବର ୧୦ ପୂର୍ବରୁ ଜିଓଫୋନ ମିଳିବା ଅସମ୍ଭବ ।

ଏଠାରେ ଆମେ କହି ରଖୁଛୁ କି, ୨୪ ଅଗଷ୍ଟ ଦିନ ସଂଧ୍ୟା ୫.୩୦ ଟାରୁ ଆରମ୍ଭ ହୋଇଥିବା ରିଲାଏନ୍ସ ଜିଓଫୋନର ପ୍ରି-ବୁକିଂ ଆରମ୍ଭ ହେବାର ମାତ୍ର କିଛି ସମୟ ପରେ ହିଁ ଜିଓର ୱେବସାଇଟ୍ କ୍ରାସ୍ ହେବା ପରେ ଏହାକୁ ପରବର୍ତ୍ତି ସମୟରେ ଠିକ୍ କରାଯାଇ ଫୋନର ପ୍ରି-ବୁକିଂ ପ୍ରକ୍ରିୟାକୁ ପୁଣି ଥରେ ଆରମ୍ଭ କରାଯାଇଥିଲା ଏବଂ ୨୬ ତାରିଖ ଦିନ ଫୋନର ପ୍ରି-ବୁକିଂ ପ୍ରକ୍ରିୟା ବନ୍ଦ କରି ଦିଆଯାଇଥିଲା। ମାତ୍ର ୱେବସାଇଟ୍ କ୍ରାସ୍ ହେବା କାରଣରୁ ଅନେକ ଲୋକ ଜିଓ ଫିଚର ଫୋନ ବୁକିଂ କରିବାକୁ ବଂଚିତ ହୋଇଥିଲେ । ଯାହାକୁ ଦୃଷ୍ଟିରେ ରଖି କଂପାନୀ ପୁଣି ଥରେ ଫିଚର ଫୋନର ପ୍ରି-ବୁକିଂ ଆରମ୍ଭ କରିବ ବୋଲି ଘୋଷଣା କରିଛି । ଯଦିଓ ଏହାର ଆଗାମୀ ତାରିଖକୁ ନେଇ ସେଭଳି କୌଣସି ସୂଚନା ଦିଆଯାଇନଥିଲା ତେବେ ଖୁବ୍ ଶୀଘ୍ର ହିଁ ଜିଓଫୋନର ପ୍ରି-ବୁକିଂ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କଂପାନୀ ପକ୍ଷରୁ ସୂଚିତ କରାଯାଇଛି ।

ଜିଓ ଫୋନର ଫିଚର ସଂପର୍କରେ କିଛି କଥା

• ଜିଓର ଏହି ୪ଜି ଫୋନରେ, ଡୁଆଲ୍ ସିମ୍ ସପୋର୍ଟ କରିବ ନାହିଁ । ଅର୍ଥାତ୍ ଫୋନରେ କେବଳ ଗୋଟିଏ ହିଁ ସିମ୍ କାର୍ଡ ବ୍ୟବହାର କରାଯାଇପାରି, ଆଉ ସେ ପୁଣି ଜିଓର । ଫୋନ୍ ସହିତ ହିଁ ଜିଓ ସିମ୍ ସଂଯୋଗ ହୋଇ ମିଳିବ । ଯାହାର ସୂଚନା ଖୋଦ୍ କଂପାନୀର ଜଣେ ଅଧିକାରୀ ଦେଇଛନ୍ତି ।

• ଜିଓ ଫୋନର ବିଟା ଭର୍ସନର ଟ୍ରାୟଲ୍ ୧୫ ଅଗଷ୍ଟରୁ କରାଯାଇଛି, ସେହିପରି ୨୪ ଅଗଷ୍ଟରୁ ଫୋନର ପ୍ରି-ବୁକିଂ ଆରମ୍ଭ ହୋଇ ୨୬ ଅଗଷ୍ଟରେ ବନ୍ଦ କରିଦିଆଯାଇଥିଲା । ୧,୫୦୦ ଟଙ୍କାରେ ଫୋନର ବୁକିଂ ଆରମ୍ଭ କରାଯିବା ସହିତ ଏହାକୁ ପ୍ରଥମେ ଆସ, ପ୍ରଥମେ ପାଅ ଆଧାରରେ ଦିଆଯିବ ।

• ଜିଓ ଫୋନରେ, ୨.୪ ଇଂଚର ଡିସପ୍ଲେ ରହିଛି । ଫୋନରେ ଡୁଆଲ୍ କ୍ୟାମେରା ବି ରହିଛି । ଏହାବ୍ୟତୀତ୍ ଫୋନରେ ଜିଓ ସିନେମା, ଜିଓ ଆପ୍ ଏବଂ ଫେସବୁକ ଭଳି ଆପ୍ ଇନଷ୍ଟଲ ହୋଇଛି । ଯଦିଓ ଫୋନରେ ହ୍ୱାଟସଆପ ଚାଲିବ ନାହିଁ ତେବେ ଫୋନରେ ଭଏସ୍ ଆକ୍ଟିଭେଟେଡ୍ କମାଣ୍ଡ, ପାନିକ୍ ବଟନ, ମାଇକ୍ରୋ ଏସଡି କାର୍ଡ ସ୍ଲର୍ଟ, ଟର୍ଚ୍ଚ ଲାଇଟ୍, ଏଫଏମ୍ ରେଡିଓ ଏବଂ ୨୨ଟି ଭାଷାର ସପୋର୍ଟ ଦିଆଯାଇଛି । ଏହି ଫୋନ ସହିତ ୧୫୩ ଟଙ୍କିଆ ଅଫର ବି ଦିଆଯାଇଛି । ଯାହା ଗ୍ରାହକଙ୍କୁ ଗୋଟିଏ ମାସ ଯାଏଁ ଅସୀମିତ ଡାଟା, କଲିଂ ଏବଂ ମେସେଜ ଆଦି ମାଗଣା ବ୍ୟବସ୍ଥା ରହିଛି ।

ସୌଜନ୍ୟ: ଇଣ୍ଡିଆ ଟୁଡ଼େ