ମିଆଁମାରରେ ଶରଣାର୍ଥୀ ସମସ୍ୟା ! ଆଙ୍ଗ୍ ସାନ୍ ସୁ କି ଙ୍କୁ ମୋଦିଙ୍କ ସମର୍ଥନ

6

Gକନକ ବ୍ୟୁରୋ : ମିଆଁମାରରେ ରୋହିଙ୍ଗ୍ୟା ମୁସଲମାନ ଅନୁପ୍ରବେଶକାରୀଙ୍କ ସମସ୍ୟା ଓ ଥଇଥାନକୁ ନେଇ ଚର୍ଚା ଜୋର ଧରିଛି । ସଂଖ୍ୟାଲଘୁ ମୁସଲମାନ ସମୁଦାୟ ଓ ସଂଖ୍ୟା ଗରିଷ୍ଠ ବୋ÷ଦ୍ଧଧର୍ମାବଲମ୍ବିଙ୍କ ମଧ୍ୟରେ ବିଶ୍ୱାସ ତୁଟିଯାଇଥିବା ବେଳେ ମିଆଁମାରରେ ଏକପ୍ରକାର ଭୟ ପରିସ୍ଥିତି ସୃ୍ଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ କେବଳ ଭାରତ ମିଆଁମାର ପଛରେ ଥିବାବେଳେ ଅଧିକାଂଶ ରାଷ୍ଟ୍ର ମିଆଁମାରରେ ମାନବାଧିକାର ଉଲଂଘନ ହେଉଥିବା ଅଭିଯୋଗ ଆଣୁଛନ୍ତି ।

ଭାରତ କେବଳ ମିଆଁମାରକୁ ସମର୍ଥନ କରିନାହିଁ ବରଂ ଭାରତରେ ଯେଉଁମାନେ ବେନିୟମଭାବେ ଅନୁପ୍ରବେଶ କରି ରହିଛନ୍ତି ସେମାନଙ୍କୁ ବିତାଡିତ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଆଁମାର ଗସ୍ତ ପୂର୍ବରୁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମିଆଁମାରରେ ଦେଖାଦେଇଥିବା ହିଂସାକାଣ୍ଡ ଏବଂ ସୁରକ୍ଷାକୁ ନେଇ ଭାରତ ଚିନ୍ତିତ ଥିବା କହିଛନ୍ତି । ସୁରକ୍ଷାକର୍ମୀ ଓ ସାଧାରଣ ଲୋକଙ୍କ ଉପରେ ହେଉଥିବା ଆକ୍ରମଣକୁ ଭାରତ ନିନ୍ଦା କରୁଥିବା ବେଳେ ମୁସଲିମ ମୋ÷ଳବାଦୀ ଓ ଆତଙ୍କବାଦୀମାନେ ଯେଉଁଭଳି ଭାବେ ବୋ÷ଦ୍ଧ ଧର୍ମାବଲମ୍ବୀମାନଙ୍କ ଉପରେ ଆକ୍ରମଣ କରୁଛନ୍ତି ତାହାକୁ ନେଇ ମିଆଁମାର ଷ୍ଟେଟ କାଉନସିଲର ଆଙ୍ଗ୍ ସାନ୍ ସୁ କି ଙ୍କ ସହ ଆଲୋଚନା କରିଛନ୍ତି । କିଭଳି ରଖାଇନ ପ୍ରଦେଶରେ ଶାନ୍ତି ଫେରିଆସିବ ସେଥିନେଇ ଗୁରତ୍ୱ ଦେବାକୁ ମୋଦି କହିଛନ୍ତି ।

myanmar-rohingya-bangladeshମିଆଁମାରର ୧୪ଟି ପ୍ରଦେଶ ମଧ୍ୟରୁ ରଖାଇନ ପ୍ରଦେଶ ହିଁ ସର୍ବାଧିକ ମୁସଲମାନ ବହୁଳ ରାଜ୍ୟ । ଭାରତ ଠାରୁ ପାକିସ୍ତାନ ଅଲଗା ହେବା ଏବଂ ପାକିସ୍ତାନଠାରୁ ବଙ୍ଗଳାଦେଶ ଅଲଗା ହେବା ପରେ ରୋହିଙ୍ଗ୍ୟା ମୁସଲିମ ସମୁଦାୟ ବହୁ ସଂଖ୍ୟାରେ ମିଆଁମାରେ ଶରଣାର୍ଥୀ ଭାବେ ରହି ଆସୁଛନ୍ତି । ଶରଣାର୍ଥୀ ସମସ୍ୟାକୁ ନେଇ ସାରା ବିଶ୍ୱ କୋ÷ଣସିନା କୋ÷ଣସି ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମିଆଁମାରରେ ଶରଣାର୍ଥୀ ସମସ୍ୟା ଏବେ ସାରା ବିଶ୍ୱ ପାଇଁ ଚର୍ଚାର ବିଷୟ ହୋଇଛି । ମାନବିକ ଅଧିକାର ଉଲଂଘନ ହେଉଥିବା ନେଇ ଅନେକ ଦେଶ ମିଆଁମାର ଉପରକୁ ଆଙ୍ଗୁଠି ଦେଖାଉଥିବାବେଳେ ବର୍ଷ ବର୍ଷ ଧରି ମିଆଁମାରରେ ଅବାଧ ଭାବେ ରହିଆସୁଥିବା ଏହି ଅଳ୍ପସଂଖ୍ୟକ ମୁସଲମାନମାନେ ମିଆଁମାର ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛନ୍ତି । ବଂଗଳାଦେଶରୁ ବର୍ଷ ବର୍ଷ ଧରି ଏହି ମୁସଲମାନମାନେ ମିଆଁମାର ପଳାୟନ କରି ସେଠାରେ ଶରଣାର୍ଥୀଭାବେ ଜୀବନଯାପନ କରୁଛନ୍ତି ।
1093732ତେବେ ବିବାଦର କାରଣ ହେଉଛି ସାଂସ୍କୃତି ପରମ୍ପରାଗତ ମତପାର୍ଥକ୍ୟ । କିଛି ଐତିହାସିକ କୁହନ୍ତି ସମ୍ରାଟ ଅଶୋକଙ୍କ ସମୟରୁ ବୈାଦ୍ଧ ସନ୍ୟାସିମାନେ ମିଆଁମାର ଯାଇ ବୈାଦ୍ଧ ଧର୍ମ ପ୍ରଚାର କରିଥିଲେ । ପରେ ପରେ ମିଆଁମାରର ରାଜା ଓ ଜନସାଧାରଣ ବୋ÷ଦ୍ଧଧର୍ମକୁ ନିଜର ସଂସ୍କୃତି, ପରମ୍ପରା ସହ ଯୋଡ଼ି ସେହି ବିଚାରଧାରାରେ ଜୀବନ ପରିଚାଳିତ କରିଚାଲିଥିଲେ । ଭାରତରେ ମୁସଲମାନ ଶାସକମାନେ ଶାସନ କରୁଥିବାବେଳେ ଏହାର ପ୍ରଭାବ ମଧ୍ୟ ମିଆଁମାରର ପଡ଼ିଥିଲା । କାରଣ ମିଆଁମାରର ପଶ୍ଚିମରେ , ବଂଗଳାଦେଶ ଓ ଭାରତ, ପୂର୍ବରେ ଥାଇଲାଣ୍ଡ ଓ ଲାଓସ, ଉତ୍ତରରେ ଚାଇନା ପଡ଼ୋଶୀ ଦେଶ ରହିଛନ୍ତି ।

୫ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶ ମିଆଁମାରରେ ୮୮ ପ୍ରତିଶତ ବୋ÷ଦ୍ଧଧର୍ମାବଲମ୍ବୀ ବାସ କରୁଥିବାବେଳେ ଏବେ ମାତ୍ର ୪ ପ୍ରତିଶତ ମୁସଲିମ ବାସ କରୁଛନ୍ତି ଏବଂ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୬ ପ୍ରତିଶତ ରହିଛି । ବ୍ରିଟିଶମାନେ ୧୮୨୪ରୁ ୧୯୪୮ ମସିହା ପର୍ଯ୍ୟନ୍ତ ମିଆଁମାର ( ବର୍ମା) କୁ ଶାସନ କରୁଥିବାବେଳେ ସେହି ସମୟରୁ ଅବିଭକ୍ତ ଭାରତରୁ ମୁସଲମାନମାନେ ମିଆଁମାରରେ କିଛି କିଛି ମାତ୍ରାରେ ଯାତାୟାତ କରୁଥିଲେ । ୧୯୪୮ ଜାନୁଆରି ୪ରେ ବର୍ମା ସ୍ୱାଧୀନତା ଲାଭ କରିଥିଲା । ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ ୟୁ ନୁ । ମିଆଁମାର ୧୯୪୮ରୁ ୧୯୬୨ ପର୍ଯ୍ୟନ୍ତ ସ୍ୱାଧୀନ ଗଣତାନ୍ତ୍ରିକ ସରକାର ଚାଲିଥିବାବେଳେ ୧୯୬୨ରୁ ଏକଛତ୍ରବାଦୀ ସୈନ୍ୟ ଶାସକ ଜେନରାଲ ନେ ୱିନଙ୍କ ଶାସନ ଆରମ୍ଭ ହୋଇଥିଲା ମିଆଁମାରରେ । ତେବେ ୧୯୭୧ ମସିହାରେ ପୂର୍ବ ପାକିସ୍ତାନ ଓ ପଶ୍ଚିମ ପାକିସ୍ତାନରୁ ଅଲଗା ହୋଇ ବଂଗଳାଦେଶ ଗଠନ ହୋଇଥିଲା ।

slideshow_1_025ବଂଗଳାଦେଶ ଗଠନ ହେବା ବେଳେ ଭାରତ – ପାକିସ୍ତାନ ଯୁଦ୍ଧ ସମୟରେ ବହୁ ବାଙ୍ଗଳାଦେଶୀ ମିଆଁମାର ପଳାୟନ କରିଥିଲେ । ସେମାନେ ଭିନ୍ନ ଭିନ୍ନ ଅଂଚଳରେ ରହୁଥିବା ବେଳେ ମିଆଁମାର ରଖିନ ପ୍ରଦେଶରେ ବହୁଳ ଭାବେ ବେନିୟମ ଭାବେ ରହୁଥିବାରୁ ସେମାନଙ୍କୁ ସେଠାକାର ନାଗରିକତା ମିଳିପାରୁନଥିଲା ଏବଂ ସେମାନେ ଶରଣାର୍ଥୀ ଜୀବନଯାପନ କରୁଥିଲେ । ୧୯୬୨ରୁ ୨୦୧୧ ମସିହା ପର୍ଯ୍ୟନ୍ତ ସୈନ୍ୟ ଶାସନ ଚାଲିଥିଲା ମିଆଁମାରରେ । ତେବେ ଅଧିକ ବ୍ୟକ୍ତି ସ୍ୱାଧୀନତା ପାଇଁ ମିଆଁମାରରେ ଅନେକ ସମୟରେ ଆନ୍ଦୋଳନ ଚାଲୁ ରହିଥିଲାବେଳେ ଗଣତନ୍ତ୍ର ଶାସନ ଫେରିପାଇବାକୁ ନେଇ ସାରା ବିଶ୍ୱର ଚାପ ପଡ଼ିଥିଲା ।

ଗଣତନ୍ତ୍ର ଶାସନକୁ ସମର୍ଥନ କରି ଆଙ୍ଗ ସାନ ସୁ କି ୧୫ ବର୍ଷରୁ ଉଦ୍ଧ୍ୱର୍ ସମୟ ନଜରବନ୍ଦୀ ଜୀବନ ବିତାଇଥିଲେ । ଗଣତନ୍ତ୍ର ଶାସନ ପାଇଁ ଦାବି କରୁଥିବାରୁ ବିଶ୍ୱନେତାମାନେ ତାଙ୍କୁ ସମର୍ଥନ କରୁଥିଲେ ସେପଟେ ବହୁଳ ସଂଖ୍ୟାରେ ବୋ÷ଦ୍ଧଧର୍ମାବଲମ୍ବୀମାନେ ରାଜରାସ୍ତାକୁ ଓହ୍ଲାଇ ସୈନ୍ୟ ଶାସନକୁ ବିରୋଧ କରୁଥିଲେ । ୨୦୧୧ ପରେ ମିଆଁମାରରେ ନୂଆ ସମ୍ବିଧାନ ଗଠନ ସହ ଗାଣତାନ୍ତ୍ରିକ ସଂସ୍କାର ପାଇଁ ସୈନ୍ୟ ଶାସକ ରାଜି ହୋଇଥିଲେ । ୨୦୧୨ରେ ଏଥିପାଇଁ ବାଟ ଫିଟିଥିଲା । ୨୦୧୫ ନଭେମ୍ବର ୮ରେ ସାଧାରଣ ନିର୍ବାଚନ ହୋଇଥିଲା । ସାଧାରଣ ନିର୍ବାଚନରେ ନ୍ୟାସନାଲ ଲିଗ୍ ଫର ଡେମୋକ୍ରାସି ନେତ୍ରୀ ଆଙ୍ଗ୍ ସାନ୍ ସୁ କି ବିପୁଳ ବିଜୟ ଲାଭ କରି ଗଣତନ୍ତ୍ର ସରକାରର ଷ୍ଟେଟ୍ କାଉନସିଲର ଭାବେ ନେତୃତ୍ୱ ନେଇଥିଲେ ।

016036150_40100-800x500_cସୈନ୍ୟ ଶାସନ ପରିସମାପ୍ତି ପରେ ୨୦୧୫ ମସିହାରୁ ସ୍ଥାନୀୟ ବୋ÷ଦ୍ଧଧର୍ମାବଲମ୍ବୀମାନେ ଅଧିକ ସ୍ୱାଧୀନତା ପାଇଥିଲେ ଯାହାକୁ ଅଳ୍ପସଂଖ୍ୟକ ମୁସଲମାନମାନେ ଗ୍ରହଣ କରିପାରୁନଥିଲେ । ସେମାନେ ନାଗରିକତା ଏବଂ ସରକାରୀ ସାହାଯ୍ୟ ପାଇଁ ଆନ୍ଦୋଳନ କଲେ ମଧ୍ୟ ସରକାର ଶୁଣୁନଥିଲେ । ବଂଗଳାଦେଶରୁ ଆସିଥିବା ମୁସଲିମ୍ ମିଆଁମାରରେ ବର୍ଷ ବର୍ଷ ଧରି ରହିଆସୁଥିବାରୁ ମୁସଲିମ ବହୁଳ ଅଂଚଳ ରଖାଇନ ପ୍ରଦେଶରେ ସେମାନେ ଆତଙ୍କବାଦୀଙ୍କ ସହ ସାମିଲ ହୋଇ ଅଧିକାର ପାଇଁ ହିଂସାକୁ ମାଧ୍ୟମ କରିଥିଲେ । ପୀଢ଼ି ପରେ ପୀଢ଼ି ରଖାଇନ ପ୍ରଦେଶରେ ରହିଆସିଥିବା ମୁସଲମାନମାନେ ଅନେକ ଅଂଚଳକୁ ମାଡ଼ିବସିଥିବାରୁ ସ୍ଥାନୀୟ ଲୋକେ ଏହାର ବିରୋଧ କରୁଥିବାରୁ ଆତଙ୍କବାଦୀମାନେ ସେଠାରେ ସକ୍ରିୟ ହୋଇ ଆକ୍ରମଣ କରୁଥିଲେ ।

ତେବେ ରଖାଇନ ପ୍ରଦେଶରେ ୨୦୧୨ରେ ଏହି ହିଂସା ଦଂଗାରେ ପରିଣତ ହୋଇ ଭୟଙ୍କର ରୂପ ନେଇଥିଲା । ରଖାଇନ ପ୍ରଦେଶରେ ୩୧ ଲକ୍ଷ ଲୋକଙ୍କ ମଧ୍ୟରୁ ମୁସଲିମଙ୍କ ସଂଖ୍ୟା ୧୦ ଲକ୍ଷ ଥିବାରୁ ସ୍ଥାନୀୟ ବୋ÷ଦ୍ଧଧର୍ମାବଲମ୍ବିଙ୍କ ସହ ମୁସଲିମ ସମୁଦାୟଙ୍କ ମଧ୍ୟରେ ସଂଘର୍ଷ ଉଗ୍ରରୂପ ଧାରଣ କରିଥିଲା । ଏହି ସଂଘର୍ଷରେ ଦୁଇପକ୍ଷର ୭୮ ଜଣଙ୍କ ପ୍ରାଣହାନୀ ଘଟିଥିଲା ଏବଂ ଏହି ହିଂସାରେ ୮୭ଜଣ ଆହତ ହୋଇଥିଲେ, ୧ ଲକ୍ଷ ୫୦ ହଜାର ଲୋକଙ୍କୁ ସୁରକ୍ଷା ପାଇଁ ସ୍ଥାନାନ୍ତର କରାଯାଇଥିଲା । ଏପରିକି ରଖିନ ପ୍ରଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କରାଯାଇଥିଲା । ସ୍ଥାନୀୟ ବୋ÷ଦ୍ଧଧର୍ମାବଲମ୍ବୀମାନେ ମୁସଲିମମାନଙ୍କୁ ଅନୁପ୍ରବେଶକାରୀ କହିବା ସହ ବଂଗଳାଦେଶ ଫେରିଯିବାକୁ ସେବେଠାରୁ ଆନ୍ଦୋଳନ ଜୋରଦାର କରିଥିଲେ ।

_80941752_80941745ଏସବୁ ଭିତରେ ପୁଣି ୨୦୧୭ ଅଗଷ୍ଟ ମାସରେ ଦୁଇ ସମୁଦାୟ ମଧ୍ୟରେ ସଂଘର୍ଷ ଘଟିଥିଲା । ପୋଲିସ ଶାନ୍ତି ଶୃଖଂଳା ବଜାୟ ରଖିବା ପାଇଁ କାର୍ଯ୍ୟ କରୁଥିବା ବେଳେ ଅଗଷ୍ଟ ୨୫ରେ ମୁସଲିମ ସମୁଦାୟ ପୋଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୮ଜଣ ପୋଲିସ ଏବଂ ଜଣେ ଆପ୍ରାବାସିକ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା । ୨୦ଟି ପୋଲିସ ଆଉଟ ପୋଷ୍ଟରେ ଭଂଗାରୁଜା ହେବା ସହ ନଷ୍ଟ ହୋଇଯାଇଥିଲା । ଶତାଧିକ ପୋଲିସ ଆହତ ହୋଇଥିଲେ । ପରେ ସେନା ମୂତୟନ କରାଯାଇ ହିଂସାକୁ ରୋକାଯାଇଥିଲା । ପୋଲିସ ଉପରେ ଆକ୍ରମଣ କରିଥିବା ମୁସଲିମ ସଂଗଠନ ରୋହିଙ୍ଗ୍ୟା ସାଲଭେସନ ଆର୍ମି ( ଯାହାକୁ ମିଆଁମାର ଆତଙ୍କବାଦୀ ସଂଗଠନ କହୁଛି ) ଏଭଳି ଆକ୍ରମଣ କରିଥିବା ମାନିନେଇଥିଲା ।

ss-170905-myanmar-rohingya-01_827c034ae111aa85225a6b5bab7410ed.nbcnews-ux-1024-900ଅଗଷ୍ଟ ମାସରେ ପୁଲିସ ଉପରେ ହୋଇଥିବା ଆକ୍ରମଣ ପରେ ମିଆଁମାର ରୋହିଙ୍ଗ୍ୟା ମସୁଲମାନଙ୍କ ଉପରେ ସେଠାକାର ସରକାର ଓ ସେନା କଠୋର ପଦକ୍ଷେପ ଗ୍ରହଣ କରିଥିଲେ । ନାଗରିକତା ପରିଚୟପତ୍ର ନଥିବା ଏବଂ ବେନିୟମଭାବେ ରହୁଥିବା ମୁସଲିମମାନଙ୍କ ଧରପଗଡ଼ ହୋଇଥିଲା । ସେଠାକାର ସେନା ଓ ପୋଲିସ ଅନୁପ୍ରବେଶକାରୀଙ୍କୁ ଦେଶରୁ ବାହାରିଯିବା ପାଇଁ ଧମକ ଦେବାପରେ ୧୦ ଲକ୍ଷ ରୋହିଙ୍ଗ୍ୟା ମୁସଲମାନମାନଙ୍କ ମଧ୍ୟରୁ ଲକ୍ଷାଧିକ ଲୋକ ପାଖ ପଡ଼ୋଶୀ ଦେଶକୁ ପଳାୟନ କରୁଛନ୍ତି । ଅନେକ ବଂଗଳାଦେଶକୁ ପଳାୟନ କରିଥିବାବେଳେ ଅନେକ ଏବେ ସୀମାରେ ଅଟକି ରହିଛନ୍ତି । ମିଆଁମାରରୁ ଲକ୍ଷ ଲକ୍ଷ ଶରଣାର୍ଥୀ ରୋହିଙ୍ଗ୍ୟା ଅଞ୍ଚଳ ଛାଡି ବଂଗଳାଦେଶ, ଭାରତ, ମାଲାୟେସିଆ, ଇଣ୍ଡୋନେସିଆ, ଥାଇଲାଣ୍ଡ, ଫିଲିପାଇନସ୍, ଗାମ୍ବିଆ ଦେଶରେ ଆଶ୍ରୟ ନେଇଛନ୍ତି । ଏପରିକି ଜମ୍ମୁକାଶ୍ମୀରରେ ୪୦ ହଜାରରୁ ଉଦ୍ଧ୍ୱର୍ ଶରଣାର୍ଥୀ ଆଶ୍ରୟ ନେଇଛନ୍ତି । ବହୁ ସଂଖ୍ୟାରେ ଶରଣାର୍ଥୀମାନେ ଆଶ୍ରୟ ନେବାକୁ ଚାହୁଁଥିବାରୁୁ ଏହି ପଡ଼ୋଶୀ ଦେଶମାନେ ସେମାନଙ୍କ ସୀମାରେ ଅନୁପ୍ରବେଶକୁ ରୋକିବା ପାଇଁ ନିର୍ଦେଶ ଦେଇଛନ୍ତି ।

ତେବେ ଗଣମାଧ୍ୟମରେ ଏହି ଶରଣାର୍ଥୀମାନଙ୍କ ଖବର ବହୁଳ ଭାବରେ ପ୍ରଚାରିତ ହେବା ପରେ ବିଶ୍ୱ ନେତାମାନେ ଶରଣାର୍ଥୀମାନଙ୍କ ପ୍ରତି ଦୟାଭାବ ପୋଷଣ କରିବାକୁ ଆହ୍ୱାନ ଦେଇଛନ୍ତି । ତେବେ ଶରଣାର୍ଥୀମାନେ ଏବେ କେଉଁ ଦେଶକୁ ନିଜର ଦେଶଭାବେ ପ୍ରମାଣ ଦେଇପାରୁନଥିବାରୁ କୋ÷ଣସି ଦେଶ ସେମାନଙ୍କୁ ନିଜର ବୋଲି କହିବାକୁ ଚାହୁଁନାହାଁନ୍ତି । ଏଭଳି ସମୟରେ ଶରଣାର୍ଥୀମାନେ ଖୋଲା ଆକାଶ ତଳେ ଜୀବନ ବିତାଇବା ବ୍ୟତୀତ ଅନ୍ୟ କିଛି ଉପାୟ ପାଉନାହାଁନ୍ତି ।

Comments are closed.