ପୁଣି ବାଜି ମାରିଲା ଜିଓ ! ଏୟାରଟେଲକୁ ପଛରେ ପକାଇ ଡାଟା ବେଗରେ ଲଗାତାର ୭ ମାସ ଧରି ଶୀର୍ଷରେ ଜିଓ

40

ପୁଣି ବାଜି ମାରିଲା ରିଲାଏନ୍ସ ଜିଓ । ଏଥର କିନ୍ତୁ ଜିଓ ଫୋନ୍ କିମ୍ବା କୌଣସି ନୂଆ ଅଫର ପାଇଁ ନୁହେଁ । ରିଲାଏନ୍ସ ଜିଓ ମାସିକ ଡାଟା ବେଗରେ ବାଜି ମାରିଛି ଓ ସମସ୍ତଙ୍କ ଆଗରେ ରହିଛି । ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ)ର ତଥ୍ୟ ଅନୁସାରେ ଏହି ସୂଚନା ମିଳିଛି । ରିଲାଏନ୍ସ ଜିଓ ମଙ୍ଗଳବାର ସାରା ଦେଶ ନିଜର ବ୍ୟବସାୟିକ ସେବାକୁ ଏକ ବର୍ଷ ପୂରଣ କରିଛି । ହାରାହାରି ଡାଟା ମାମଲାରେ ଟ୍ରାଇର ତାଲିକାରେ ଲଗାତାର ୭ମାସ ଧରି ଜିଓ ଶୀର୍ଷରେ ରହି ଆସୁଛି । ଯାହାଦ୍ୱାରା ଭାରତୀ ଏୟାରଟେଲ, ଭୋଡ଼ାଫୋନ୍ ଇଣ୍ଡିଆ ଓ ଆଇଡ଼ିଆ ପଛରେ ପଡ଼ିଯାଇଛି । ଜିଓର ଡାଇନଲୋଡ଼ ବେଗ ଜୁଲାଇରୁ ୧୮.୩୩୧ ଏମବିପିଏସ୍ ରହିଛି । ଏପଟେ ଏୟାରଟେଲର ୯.୨୬୬ଏମବିପିଏସ୍, ଆଇଡ଼ିଆର ୮.୮୩୩ ଏମବିପିଏସ୍ ଓ ଭୋଡ଼ାଫୋନ ଇଣ୍ଡିଆର ୯.୩୨୫ ଏମବିପିଏସ୍ ରହିଛି ।

ଜିଓ ମାଗଣା ଭଏସ କଲ ସହ ଏକ ବର୍ଷ ପୂର୍ବରୁ ଭାରତୀୟ ଦୂରସଞ୍ଚାର ବଜାରରେ ପାଦ ରଖିଥିଲା । ସୂତ୍ରjio ଅନୁସାରେ ଦେଶରେ ମୋବାଇଲ ଡାଟାର ବ୍ୟବହାର ଗତ ବର୍ଷ ୨୦ କୋଟି ଜିବିରୁ ବଢ଼ି ୧୫୦ କୋଟି ଜିବି ହୋଇସାରିଛିି । ସୂତ୍ର ଅନୁସାରେ ମାସକୁ ଜିଓ ନେଟୱର୍କର ଗ୍ରାହକ ୧୦୦ କୋଟି ଡାଟା ବ୍ୟବହାର କରୁଛନ୍ତି । ଜିଓ ୨୦୧୬,୫ ଡିସେମ୍ବରରୁ ସମସ୍ତ ୨୨ଟି ସର୍କଲରେ ଦୂରସଂହଚାର ସେବାକୁ ଆରମ୍ଭ କରିଥିଲା । ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଲଂଚର ଏକ ବର୍ଷ ମଧ୍ୟରେ ବିଶ୍ୱସ୍ତରରେ ଅନେକ ରେକର୍ଡ଼ ଭାଙ୍ଗି ସାରିଛି । ଏହାସହ କିଛି ନୂଆ ରେକର୍ଡ଼ ସୃଷ୍ଟି ମଧ୍ୟ କରିଛି । ଏବେ ଜିଓର ଗ୍ରାହକ ସଂଖ୍ୟା ୧୩ କୋଟି ପାର କରି ସାରିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରୀରେ ଚେୟାରମ୍ୟାନ ମୁକେଶ ଆମ୍ବାନୀ ଜିଓର କର୍ମଚାରୀଙ୍କୁ ପଠାଇଥିବା ଚିଠିରେ ଏକ ସୂଚନା ଦେଇଛନ୍ତି ।

jioଏହି ଚିଠିରେ ସେ ଲେଖିଛନ୍ତି , ବିଗତ ଏକ ବର୍ଷ ମଧ୍ୟରେ ଆମେ ଅନେକ ରେକର୍ଡ଼ ଭାଙ୍ଗିଛନ୍ତି । କେବଳ ଭାରତରେ ନୁହଁ ବିଶ୍ୱସ୍ତରରେ ମଧ୍ୟ ଏଖ ନୂଆ ରେକର୍ଡ଼ ସୃଷ୍ଟି କରିଛନ୍ତି । ତେବେ ବ୍ୟକ୍ତିଗତ ଭାବେ ମୁଁ ବହୁତ ଖୁସି । ଭାରତ ନୂଆ ଟେକ୍ନୋଲୋଜିକୁ ଆପଣାଇବ ନାହିଁ ବୋଲି ଯେଉଁ ଭ୍ରମ ଧାରଣା ଥିଲା, ତାହା ମିଛ ସାବ୍ୟସ୍ତ ହେଇଛି । ଏଥିରୁ ଜଣାପଡ଼ୁଛି ଭାରତର ଲୋକେ ନୂତନତାକୁ ଖୁବ ଶୀଘ୍ର ଆପଣାଇବା ସହ ନିଜ ଚିନ୍ତାଧାରେ ପରିବର୍ତ୍ତନ ଆଣୁଛନ୍ତି ।