ଓସ୍କାର ଆୱାର୍ଡ ସମାରୋହରେ ବିଶିଷ୍ଟ ଅଭିନେତା ଶଶି କପୁର ଓ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଂଜଳି । ଗତ ଡିସେମ୍ବରରେ ଶଶି ଓ ଫେବ୍ରୁୟାରୀରେ ଆଖି ବୁଜିଥିଲେ ଶ୍ରୀଦେବୀ

46

କନକ ବ୍ୟୁରୋ : କାର୍ଲିଫର୍ଣ୍ଣିଆରେ ଚାଲିଥିବା ୯୦ ତମ ଓସ୍କାର ପୁରସ୍କାର ସମାରୋହରେ ବିଶିଷ୍ଟ ଅଭିନେତ୍ରୀ ଶ୍ରୀଦେବୀ ଓ ଅଭିନେତା ଶଶୀ କପୁରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଉଭୟଙ୍କୁ ହଲିଉଡର ବିଶିଷ୍ଟ ଗାୟକ ଏ.ଡି ବେଡର ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଗତ ୨୪ ତାରିଖରେ ଦୁବାଇର ଏକ ପଂଚତାରକା ହୋଟେଲର ବାଥଟ୍ୟାବରେ ବୁଡି ପ୍ରାଣ ହରାଇଥିଲେ । ମୁ୍ମ୍ବାଇରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ବିଦାୟ ଦିଆଯାଇଥିଲା । ସେହିଭଳି ଗତ ବର୍ଷ ଡିସେମ୍ବରରେ ଅଭିନେତା ଶଶୀକପୁରଙ୍କ ପରଲୋକ ହୋଇଥିଲା । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ ।