ସରିଲା ଖରା ଛୁଟି, ଖୋଲିଲା ସ୍କୁଲ ! ଆଜିଠୁ ବହିବସ୍ତାନୀ ଧରି ବିଦ୍ୟାଳୟ ଗଲେ ଛାତ୍ରଛାତ୍ରୀ

24

କନକ ବ୍ୟୁରୋ: ସରିଲା ଖରା ଛୁଟି । ଆଜି ରାଜ୍ୟର ସମସ୍ତ ସ୍କୁଲ ଖୋଲିବ । ପୂର୍ବ ଭଳି ପୁଣି ନିୟମିତ ଭାବେ ସ୍କୁଲ ଚାଲିବ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିର୍ଧାରିତ ସମୟରେ ସ୍କୁଲ୍ରେ ଯୋଗଦେବାକୁ କୁହାଯାଇଛି। ବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସ୍କୁଲ୍ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିର୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଜୁନ୍ ୧୮ରେ ଗ୍ରୀଷ୍ମ ଛୁଟି ଶେଷ ହେବାର ଥିଲା। କିନ୍ତୁ ପ୍ରବଳ ଖରା ଯୋଗୁଁ ପ୍ରଥମେ ଗ୍ରୀଷ୍ମ ଛୁଟିକୁ ଜୁନ୍ ୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହାପରେ ବି ଗ୍ରୀଷ୍ମ ପ୍ରବାହ ଜାରି ରହିବାରୁ ଛୁଟିକୁ ଜୁନ୍ ୨୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ।