ସତ୍ୟବ୍ରତଙ୍କ ମିଛ ନକ୍ସା

34

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସ୍ପ୍ରିଂ ସିଟିରେ ଠକେଇର ଅଭିଯୋଗ ଆସିଥିବା ସତ୍ୟବ୍ରତ ଧୀରଙ୍କ ନାଁରେ ଆଉ ଏକ ସାଂଘାତିକ ଅଭିଯୋଗ । ଅଭିଯୋଗ ହେଉଛି ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ପଟିଆ ଅଂଚଳରେ ନକ୍ସାକୁ ଜାଲ କରି ଏକର ଏକର ଜାଗା ମାଡି ବସିଛନ୍ତି ସତ୍ୟବ୍ରତ ଧୀର । ଦୁର୍ନୀତି ବିରୋଧୀ ଯୁବ ମଂଚ ନାମକ ଏକ ସଂଗଠନ କହିଛି, ଜୋର ଜବରଦସ୍ତ ବନ୍ଧୁକ ମୁନରେ ଜାଗା ମାଡିବସି ବଡ ବଡ ବ୍ୟବସାୟିକ କୋଠା ଛିଡା କରିଛନ୍ତି ଅଭିଯୁକ୍ତ । ସେପଟେ ପ୍ରଶାସନ କହିଛି, ମିଛ ନକସା ମାମଲାର ତଦନ୍ତ ହେବ ।