ତିନି ଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ପ୍ରିୟଙ୍କା ! ଜାଣନ୍ତୁ ଦେଶୀ ଗର୍ଲଙ୍କୁ କାହିଁକି ଲାଗିଥିଲା ସଦମା

42

୩୫ ବର୍ଷ ବୟସରେ ପାଦ ଦେଲେ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ୧୮ ଜୁଲାଇ ୧୯୮୨ରେ ଜନ୍ମ ଗ୍ରହଣ କରିଥିଲେ ପ୍ରିୟଙ୍କା । କେବଳ ବଲିଉଡ୍ ନୁହେଁ ହଲିଉଡରେ ମଧ୍ୟ ନିଜ ଅଭିନୟର ଯାଦୁରେ କାୟା ବିସ୍ତାର କରିଚାଲିଛନ୍ତି ପିସି । କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ଆତ୍ମହତ୍ୟା ପାଇଁ ଚେଷ୍ଟା କରିଥିଲେ । ସେ ପୁଣି ଥରେ ନୁହେଁ ପୁରା ତିନି ଥର ନିଜ ଜୀବନ ଦେବାକୁ ଚେଷ୍ଟା କରିଥିଲେ ପ୍ରିୟଙ୍କା । ଦେଶୀ ଗର୍ଲଙ୍କ ଜନ୍ମ ଦିନରେ ଜାଣନ୍ତୁ କିଛି ଅଜଣା କଥା ।

ଏହି ଆତ୍ମହତ୍ୟା ଘଟଣା ସେତେବେଳର ଯେତେବେଳେ ପ୍ରିୟଙ୍କା ନିଜ କ୍ୟାରିୟର୍ ପାଇଁ ସଂଘର୍ଷ କରୁଥିଲେ । ସେ ସମୟରେ ପ୍ରିୟଙ୍କା ରୂପେଲି ପରଦାକୁ ଆସି ନଥିଲେ । ଏହି ସମୟରେ ଅସୀମ ମର୍ଚାଣ୍ଟଙ୍କ ସହ ପ୍ରିୟଙ୍କାଙ୍କ ଆଫେୟାର୍ ଚାଲିଥିଲା । ଉଭୟଙ୍କ ସଂପର୍କ ଏବଂ ଜୀବନ ଭଲ ଚାଲିଥିଲା । କିନ୍ତୁ ୨୦୦୨ରେ ଏମିତି ଏକ ଘଟଣା ଘଟିଥିଲା ଯେଉଁଥିରେ ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲେ ପିସି । ଆଉ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ।

ପ୍ରକୃତ କଥା ହେଉଛି ୨୦୦୨ରେ ଅସୀମଙ୍କ ମାଙ୍କର ଦେହାନ୍ତ ହୋଇଥିଲା । ତେବେ ପ୍ରିୟଙ୍କାର ଖୁବ୍ ନିକଟତର ଥିବାରୁ ଏହି ଦୁଃଖକୁ ସହି ପାରିନଥିଲେ । ଆଉ ଆପାର୍ଟମେଂଟର ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ତେବେ ଠିକ୍ ସମୟରେ ପ୍ରିୟଙ୍କାଙ୍କ ମ୍ୟାନେଜର୍ ପ୍ରକାଶ ଜାଜୁ ପହଂଚି ତାଙ୍କୁ ବଂଚାଇଥିଲେ । ଏହି ଘଟଣାର ଖୁଲାସା ପ୍ରିୟଙ୍କାଙ୍କ ମ୍ୟାନେଜର୍ ପ୍ରକାଶ ଜାଜୁ ନିଜେ ଗତ ବର୍ଷ କରିଥିଲେ ।