ଜୁନ୍ ୩୦ ଯାଏଁ ରାଜ୍ୟରେ ହେବନି ବିଜୁଳି କାଟ୍ : ଶକ୍ତିମନ୍ତ୍ରୀ

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜୁନ୍ ୩୦ ଯାଏଁ ରାଜ୍ୟରେ ହେବନି ବିଜୁଳି କାଟ୍ । ଆଜି ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଶକ୍ତି ବିଭାଗର ସମୀକ୍ଷା ବୈଠକରେ ଏହି ନିଷ୍ପତି ହୋଇଛି । ରାଜ୍ୟରେ ପିକ୍ ଆୱାରରେ ୪ ହଜାର ଶହେ ମେଗାୱାଟ୍ ବିଜୁଳି ଆବଶ୍ୟକ ଥିବା ବେଳେ ଦୈନିକ ୩ ହଜାର ୪ଶହ ମେଗାୱାଟ୍ ବିଜୁଳି ଉତ୍ପାଦନ ହେଉଛି । ରାଜ୍ୟରେ ବିଜୁଳି ଆବଶ୍ୟକତା ପୂରଣ ପାଇଁ ପଞ୍ଜାବରୁ ଦୈନିକ ୫୦ରୁ ୬୦ ମେଗାୱାଟ୍ ବିଜୁଳି ଅଣାଯାଉଛି । ତେବେ ଜୁନ୍ ୩୦ରେ ପୁଣି ଥରେ ସମୀକ୍ଷା ବୈଠକ ପରେ ପରବର୍ତି ନିଷ୍ପତି ହେବ ।