ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶା ଆଡକୁ ମାଡି ଆସୁଛି ଘୁର୍ଣ୍ଣିଝଡ ‘ରୁଆନୁ’। କିଛି ଘଂଟାପରେ ‘ରୁଆନୁ’ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବର ଆଶଙ୍କା ରହିଛି । ଏବେ ଏହା ଗୋପାଳପୁର ଠାରୁ ୧୬୦ କିଲୋମିଟର ଦୂରରେ ରହିଛି । ଘଂଟାପ୍ରତି ୧୫ କିଲୋମିଟର ବେଗରେ ମାଡି ଆସୁଛି ‘ରୁଆନୁ’ । ଏହାର ପ୍ରଭାବରେ ଅପରାହ୍ନ ସୁଦ୍ଧା ଦକ୍ଷିଣ ଓ ଉତର ଓଡିଶାରେ ବଢିବ ବର୍ଷା ଓ ପବନର ବେଗ । ପୁରୀ, କେନ୍ଦ୍ରାପଡା, କଟକ, ଯାଜପୁର, ଭଦ୍ରକ, ଜଗତସିଂହପୁର, ଗଂଜମା, ନୟାଗଡ ଏବଂ ଢେଙ୍କାନାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଏବେ ସୁଦ୍ଧା ପୁରୀରେ ୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଗୋପାଳପୁରରେ ୭୯ ମିଲିମିଟର ରହିଛି । ଭୁବନେଶ୍ୱରରେ ୪୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ କୁଜଙ୍ଗରେ ସର୍ବାଧିକ ୧୩୦ ମିଲିମିଟର ହୋଇଛି । ସମସ୍ତ ବନ୍ଦରରେ ତିନି ନମ୍ବର ବିପଦ ସଙ୍କେତ ଦିଆଯାଇଛି । ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ରୁଆନୁ ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉପକୂଳ ଅଂଚଳରେ ବର୍ଷା ଲାଗି ରହିଛି ।
ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତମାନ ଉତର ଓଡିଶାରେ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହୁ ଥିବା ବେଳେ ଦକ୍ଷିଣ ଓଡିଶାରେ ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହୁଛି । କେତେକ ସ୍ଥାନରେ ପବନର ବେଗ ୧୧୦ କିଲୋମିଟର ହେବା ଆଶଙ୍କା କରୁଛି ପାଣିପାଗ ବିଭାଗ । ବାଙ୍ଗଲାଦେଶ ଆଡକୁ ମୁହାଁଉଥିବାରୁ ‘ରୁଆନୁ’ ଘୂର୍ଣ୍ଣିଝଡ ଓଡିଶାରେ ବଡ କ୍ଷତି ଘଟାଇବାର ଆଶଙ୍କା ନାହିଁ । ତେବେ ଦେଶର ଦକ୍ଷିଣ-ପୂର୍ବ ଉପକୂଳରେ ଝଡର ଖବର ସମୁଦ୍ରକୂଳିଆ ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି । ସରକାର ବି ଜରୁରୀ ବୈଠକ ବି କରିଛନ୍ତି । ୧୨ଟି ଜିଲ୍ଲାରେ ବାତ୍ୟା ଆଲର୍ଟ ଜାରି କରିଛନ୍ତି ରାଜ୍ୟ ସରକାର ।
ଏଥି ସହିତ ମାଡି ଆସୁଛି ରୁଆନୁ : ୧୨ଟି ଜିଲ୍ଲାରେ ବାତ୍ୟା ଆଲର୍ଟ ଜାରି କଲେ ସରକାର