ରାଜଧାନୀରୁ ରାଇସିନା ହିଲ : ଓସ୍କାର ସାମ୍ରାଜ୍ୟର ସୀମା

21

କନକ ବ୍ୟୁରୋ : ଚିଟଫଣ୍ଡ ଠକଙ୍କ ପ୍ରଭାବ ଲମ୍ବିଥିଲା, ରାଜଧାନୀରୁ ରାଇସିନା ହିଲ ପର୍ଯ୍ୟନ୍ତ । ରାଷ୍ଟ୍ରପତିଙ୍କ ପାଖକୁ ବି ପହଂଚିଯାଇଥିଲେ ଚିଟଫଣ୍ଡର ମହାଖଳନାୟକ ପ୍ରଭାସ ରାଉତ । ଫଟୋ ଏହାର ପ୍ରମାଣ ଦେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କର ପିଠି ଥାପୁଡେଇଥିଲେ । ପ୍ରଭାସଙ୍କୁ ନବୀନ ଦେଇଥିଲେ ଶୁଭେଚ୍ଛା ବାର୍ତା । ଦେଶ ବାହାରୁ ବି ହାତଉଥିଲେ ପୁରସ୍କାର । ଏସବୁକୁ ଦେଖାଇ ଆଗ ଲୋକଙ୍କ ବିଶ୍ୱାସ ଜିତୁଥିଲେ ଆଉ ପରେ ପରେ ସେଥିରେ ବିଷ ଦେଇ ଲୁଟୁଥିଲେ କୋଟି କୋଟି ଟଙ୍କା । ଏ କାହାଣୀର କାର୍ପଟଦାର ପ୍ରଭାସ ରାଉତ । ଧୋକ୍କାଦାରୀର ଏହି ସିଲସିଲାର ଦସ୍ତାବିଜ ଲାଗିଛି କନକ ନ୍ୟୁଜ୍ ହାତରେ ।

vlcsnap-2016-06-15-18h13m44s350୨୦୧୧ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସହ ଗ୍ରୁପ ଫଟୋକୁ ନିଜ ପ୍ରଚାରର ମାଧ୍ୟମ କରିଥିଲେ ପ୍ରଭାସ । ଫଟୋ ମାଧ୍ୟମରେ ତାଙ୍କର ଲିଙ୍କ ଆଉ ନିଜ ପ୍ରଭାବକୁ ଲୋକଙ୍କ ସାମ୍ନାରେ ସେ ଦର୍ଶାଉଥିଲେ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ତତ୍କାଳୀନ ରାଜ୍ୟପାଳଙ୍କ ଯାଏଁ ସମସ୍ତେ ପ୍ରଭାସଙ୍କ ହାତରେ ଧରାଇ ଦେଉଥିଲେ ଶୁଭେଛା ବାର୍ତା । ଏପରିକି ତାଲିକାରୁ ବାଦ ପଡିନଥିଲେ ମନ୍ତ୍ରୀ । ବଦ୍ରି ପାତ୍ର, ସୂର୍ୟ୍ୟ ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲଙ୍କ ଭଳି ମନ୍ତ୍ରୀ ହାତ ମେଲି ଦେଉଥିଲେ ଶୁଭେଛା ବାର୍ତା । ଯେଉଁ ପ୍ରଭାସ ରାଉତଙ୍କ ପୃଷ୍ଠପୋଷକତାରେ ଓସ୍କାର ଉତ୍କଳ ଖବରକାଗଜ ଚାଲୁଥିଲା, ସେହି ପେପରକୁ ନବୀନ ହାତ କାଟି ସାର୍ଟିଫିକେଟ ଧରାଇ ଦେଇଥିଲେ । ଯାହାକୁ ମାଧ୍ୟମ କରି ପ୍ରଭାବ ନିଜ କଳା ସାମ୍ରାଜ୍ୟର ବୁନିୟାଦ ତିଆରି କରିଥିଲେ ।

vlcsnap-2016-06-15-18h14m18s154ଓସ୍କାର ଏଜୁକେସନ ଟ୍ରଷ୍ଟକୁ ତକ୍ରାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପ୍ରଶଂସାରେ ପୋତି ପକାଇଥିଲେ । ଗୁଣାତ୍ମକ ଶିକ୍ଷା ପାଇଁ ଟ୍ରଷ୍ଟର ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କଲେ । ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ପ୍ରଫଲ୍ଲ ସାମଲ ଦୁଇପାଦ ଆଗକୁ ଯାଇ ଭଲ କମର୍ସିଆଲ ଚଳଚ୍ଚିତ୍ର ତିଆରି କରୁଥିବାରୁ ବାହାବା ଦେଇଥିଲେ । ହେଲେ ତିଆରି ହୋଇଥିବା ଫିଲ୍ମରେ ଲାଗିଥିଲା ଗରୀବଙ୍କ କଷ୍ଟ ଅର୍ଜିତ ସଂପତି । ଯାହାକୁ ପ୍ରଭାସ ମଉଜ ମଜଲିସରେ ଉଡାଉଥିଲେ । ଏହି ସବୁ ବାର୍ତା ଆଉ ଫଟୋକୁ ବହି ଆକାରରେ ବାଂଟି ଓସ୍କାର ଏଜେଂଟ ସାଉଁଟିଥିଲେ କୋଟି କୋଟି ଟଙ୍କା । ପ୍ରଭାସ ନିଜ କଳା ସାମ୍ରାଜ୍ୟର ପୁନାଦି ଖୋଳିବାକୁ ଏ ସବୁକୁ କରିଥିଲେ ମାଧ୍ୟମ ।

vlcsnap-2016-06-15-18h15m00s791କେବଳ ଏତିକି ନୁହେଁ, ଦେଶ ବାହାରୁ ହାତଉଥିବା ପୁରସ୍କାରକୁ ବି ଆୟୁଧ କରିଥିଲେ ପ୍ରଭାସ । କେତେବେଳେ ଥାଇଲାଣ୍ଡ ତ ପୁଣି କେତେବେଳେ ମାଲେସିଆ, ଦୁବାଇ । ସୁଟ ବୁଟ ପିନ୍ଧି ପୁରସ୍କାର ହାତେଇବାରେ ମାହିର ଥିଲେ ଚିଟଫଣ୍ଡ ଠକ । ଯାହା ଲୋକଙ୍କ ମନରେ ବିଶ୍ୱାସ ଜାଗ୍ରତ କରିବାର ଆୟୁଧ ପାଲଟିଥିଲା । ଫଟୋ ଦେଖାଇ, ପ୍ରଚାର ପତ୍ର ବାଂଟି ସେ ଦେଖାଇଥିଲେ ରଙ୍ଗୀନ ସ୍ୱପ୍ନ । ହେଲେ ଲୋକଙ୍କ ସ୍ୱପ୍ନ ତ ସାକାର ହେଲାନି ହେଲେ ପ୍ରଭାସ କିନ୍ତୁ ରଂଗୀନ ଅନ୍ଦାଜରେ ଆକାଶରେ ଉଡିବୁଲିଲେ ।