ଏଣିକି ଫେସବୁକ୍ ପରି ହ୍ୱାଟସଆପରେ ବି କରିପାରିବେ ମେସେଜ୍ ସିଡ୍ୟୁଲ : ଜାଣନ୍ତୁ କେମିତି ?

29

ଆପଣ ଜାଣିଥିବେ ଯେ ପୋଷ୍ଟ ସିଡ୍ୟୁଲ୍ କରିବା ଅପସନ୍ ବହୁତ ପୁର୍ବରୁ ଫେସବୁକ୍ ରେ ଅଛି । ହ୍ୱାଟସଆପ୍ ଏବଂ ଫେସବୁକ୍ କମ୍ପାନୀ ନିଜର ଆପ୍ କୁ ଡେକ୍ସଟପ୍ ପ୍ଲାଟଫର୍ମରେ ଚଳାଇବାର ସୁବିଧା ବହୁତ ପୂର୍ବରୁ ଦେଇଛି । ଯଦ୍ୱାରା ୟୁଜର୍ସ ନିଜ ପେଜରେ କୈାଣସି ବି ପ୍ରକାରର ପୋଷ୍ଟ ଅର୍ଥାତ୍ ମେସେଜ୍, ଫଟୋ ଏବଂ ଭିଡିଓକୁ କୈାଣସି ବି ଦିନ ଏବଂ ସମୟରେ ସିଡ୍ୟୁଲ କରିପାରିବେ । ଏହି ଫିଚର୍ସର ଫାଇଦା ଏହା ଯେ ଆପଣ ଗୋଟିଏ ଦିନରୁ ଆରମ୍ଭ କରି ଗୋଟିଏ ସପ୍ତାହ ବା ଗୋଟିଏ ମାସ ପରେ ବି କୈାଣସି ତାରିଖରେ ଏବଂ ସମୟରେ ନିଜର ପୋଷ୍ଟ ସିଡ୍ୟୁଲ କରିପାରିବେ । ଏହି ଉପାୟରେ ଆପଣ ପୋଷ୍ଟ ଭୁଲନ୍ତିନି ଓ ନିଜର ସୁବିଧାନୁସାରେ ମନଇଚ୍ଛା ନିର୍ଦ୍ଧାରିତ ସମୟ ପାଇଁ ନିଜର ପୋଷ୍ଟ ଦେଇପାରିବେ ।

ହ୍ୱାଟସଆପରେ କେମିତି କରିବେ ମେସେଜିଙ୍ଗ ସିଡ୍ୟୁଲ୍ : ପ୍ରସିଦ୍ଧ ସୋଶିଆଲ ମେସେଜିଙ୍ଗ ଆପ୍ ହ୍ୱାଟସଆପରେ ୟୁଜର୍ସଙ୍କୁ ଏପର୍ଯ୍ୟନ୍ତ ଏପରି ସୁବିଧା ମିଳିପାରିନାହିଁ । କିନ୍ତୁ ଏବେ ଏକ ଏମିତି ବ୍ୟବସ୍ଥା ଆସିଛି ଯେ, ଯାହା ଦ୍ୱାରା ଆଣ୍ଡ୍ରଏଡ ୟୁଜର୍ସ ଏବେ ହ୍ୱାଟସଆପ ରେ ବି ମେସେଜକୁ ସିଡ୍ୟୁଲ କରିପାରିବେ । ଏହି ବ୍ୟବସ୍ଥାର ନାମ ହେଲା SKEDit । ଏହା ହେଉଛି ସେହି ଆଣ୍ଡ୍ରଏଡ ଆପ୍ ଯାହା ଦ୍ୱାରା ହ୍ୱାଟସଆପରେ ମେସେଜ୍ ସିଡ୍ୟୁଲ କରାଯାଇପାରିବ ।

ମେସେଜ୍ ସିଡ୍ୟୁଲ କରିବାର ପ୍ରକ୍ରିୟା : SKEDit ନାମକ ଏହି ଆପ୍ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରାଯାଇପାରିବ । ଏହି ଆପ ପାଖାପାଖି ୧୩ ଏମବି । ନିଜର ସ୍ମାର୍ଟ ଫୋନରେ ଆପ୍ କୁ ଡାଉନଲୋଡ ଓ ଇନଷ୍ଟଲ କରିବା ପରେ ଆପଣଙ୍କୁ ଏହି ଆପ୍ ରେ ନିଜର ଜିମେଲ୍ ବା ଫେସବୁକ୍ ଆଇଡିରେ ଲଗଇନ୍ କରିବାକୁ ପଡିବ । ଲଗଇନ୍ କରିବା ପରେ ଆପଣଙ୍କୁ ଆପ୍ ୱିଣ୍ଡୋ ତଳେ ହ୍ୱାଟସଆପ୍ ଆଇକନ ଦେଖାଯିବ । ତା’ ପରେ ସେଇଠି ଟ୍ୟାପ କରନ୍ତୁ । SKEDit ଆପ୍ ଆପଣଙ୍କୁ ହ୍ୱାଟସଆପ ଆକାଉଣ୍ଟରେ ପ୍ରବେଶ କରିବାକୁ ଅନୁମତି ମାଗିବ । ଏହାକୁ ଆପଣଙ୍କୁ ଅନୁମୋଦନ କରିବାକୁ ପଡିବ, ତେବେ ଆପଣ ହ୍ୱାଟସଆପରେ ସିଡ୍ୟୁଲ ମେସେଜ୍ ର ଅପସନ ବ୍ୟବହାର କରିପାରିବେ । ରିପୋର୍ଟ ଅନୁସାରେ, ଏହି ଆପକୁ ଅନୁମତି ଦେବାରେ ଆପଣଙ୍କ ହ୍ୱାଟସଆପ୍ ଆକାଉଣ୍ଟ କୁ କିଛି କ୍ଷତି ହେବନି ।