ନବଙ୍କ ମୁହଁରେ ମହାଭାରତ ଉପାଖ୍ୟାନ ! କହିଲେ, ଭୀଷ୍ମ ପିତାମହଙ୍କୁ କୌରବଙ୍କ ପକ୍ଷରୁ ନ ଲଢିବାକୁ କୃଷ୍ଣ ଦେଇଥିଲେ ପରାମର୍ଶ , କଥା ନ ମାନିବାରୁ ଦଶା ଭୋଗିଲେ ଭୀଷ୍ମ

258

କନକ ବ୍ୟୁରୋ: କଂଗ୍ରେସ ନେତା ନବ ଦାସଙ୍କ ମହାଭାରତ ଉପାଖ୍ୟାନ । ତାଙ୍କ ବୟାନକୁ ନେଇ ପୁଣି ସେ ଚର୍ଚ୍ଚାରେ । ଏକ ଫୁଟବଲ ମ୍ୟାଚରେ ଯୋଗ ଦେଇ ନବ ଦାସ ସାଂପ୍ରତିକ ରାଜନୀତି, ସେଥିରେ ତାଙ୍କର ସ୍ଥିତିକୁ ନେଇ ମହାଭାରତ ଉପଖ୍ୟାନ ସହ ତାଳ ମିଳାଇ ମନ୍ତବ୍ୟ ରଖିଛନ୍ତି । ଫୁଟବଲ ମ୍ୟାଚରେ ନବ ଦାସ ଓ ଯୋଗେଶ ସିଂ ସାମିଲ ହୋଇଥିଲେ ।

 

ଏହି ଅବସରରେ ସେ ନବୀନ ପଟ୍ଟନାୟକଙ୍କୁ ଅର୍ଜୁନ ଓ କଂଗ୍ରେସକୁ କୌରବ ସହ ତୁଳନା କରିଛନ୍ତି । କହିଛନ୍ତି ପଶ୍ଚିମ ଓଡିଶା ବିକାଶରେ ଆମେ ଦୁଇ ଜଣ ଅଗ୍ରଣୀ ଭୂମିକା ଗ୍ରହଣ କରିବୁ । ଆମ ପାଇଁ ପାର୍ଟି ବଡ ନୁହେଁ ମାଟି ବଡ । ମହାଭାରତ ଯୁଦ୍ଧ ପୂର୍ବରୁ କୃଷ୍ଣ ଭୀଷ୍ମକୁ ପଚାରିଥିଲେ ତମେ କାହାକୁ ସମର୍ଥନ କରିବ । ସେ କହିଥିଲେ କୁରୁବଂଶ । କୃଷ୍ଣ କହିଥିଲେ ଧର୍ମ ଯେଉଁଠି ଅଛି ସେଠି ରୁହ । ଯୁଗ ଦେଖି ଲଢେଇ କର ବୋଲି ପିତାମହ ଭୀଷ୍ମକୁ କୃଷ୍ଣ ପରାମର୍ଶ ଦେଇଥିବା ନବଦାସ କହିଛନ୍ତି ।

ହେଲେ ଭୀଷ୍ମ ଶ୍ରୀକୃଷ୍ଣଙ୍କ ପରାମର୍ଶ ନମାନି ପରିଣାମ ଭୋଗିଥିଲେ । ଠିକ ସେହିପରି ମୁଁ କେବଳ ଗୋଟିଏ ଦଳରେ ରହିବି ସେମିିତି କିଛି କଥା ନାହିଁ ବୋଲି ନବଦାସ କହିଛନ୍ତି । ତାଙ୍କ ପାଇଁ ଦଳ କେବେ ବି ମହତ୍ୱପୂର୍ଣ୍ଣ ନୁହେଁ, ପ୍ରଥମେ ମାଟି ବଡ ବୋଲି କହିଛନ୍ତି କଂଗ୍ରେସ ନେତା ନବ ଦାସ ।