ନବଙ୍କ ପରେ କଂଗ୍ରେସରେ ବଢିଲା ଚର୍ଚ୍ଚା । ଝାରସୁଗୁଡା ବିଧାୟକଙ୍କ ରାସ୍ତାରେ ଯୋଗେଶ। କହିଲେ ରାହୁଲଙ୍କ କାର୍ଯ୍ୟକ୍ରମରେ ହେବେ ନାହିଁ ସାମିଲ୍

200

କନକ ବ୍ୟୁରୋ: ନବଙ୍କ ପରେ କଂଗ୍ରେସରେ ବଢିଲା ଚର୍ଚ୍ଚା । ନବ ଦାସଙ୍କ ରାସ୍ତାରେ ବିଧାୟକ ଯୋଗେଶ ସିଂହ । ଏବେ ସୁନ୍ଦରଗଡର ବିଧାୟକ ଯୋଗେଶ ସିଂହଙ୍କ ବୟାନ ଦଳ ଛାଡିବା ରହସ୍ୟକୁ ବଢାଇଦେଇଛନ୍ତି । ସେ କହିଛନ୍ତି, ୨୫ ତାରିଖରେ ରାହୁଲଙ୍କ ସଭାକୁ ସେ ଯିବାର ନାହିଁ । ଏହି କାର୍ଯ୍ୟକ୍ରମ ବିଳମ୍ବରେ ସ୍ଥିର ହେଲା । ଦଳୀୟ ହାଇକମାଣ୍ଡ ମୋ ପାଇ ବଡ ନୁହନ୍ତି । ସେ ସମୟରେ ମୋ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକ୍ରମରେ ଯୋଗଦେବି । ଆଉ ଲୋକ ହିଁ ହେଉଛନ୍ତି ମୋର ହାଇକମାଣ୍ଡ । ଏହି ବୟାନ ପରେ କଂଗ୍ରେସରେ ଚର୍ଚ୍ଚା ବଢିଛି ।

ଆସନ୍ତା ୨୪ ତାରିଖ, ଓଡ଼ିଶା ଏକ ବଡ଼ ଧରଣର ପରିବର୍ତନ ଦେଖିବାକୁ ଯାଉଛି । କାରଣ ଚର୍ଚ୍ଚା ହେଉଛି, ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ କଂଗ୍ରେସର କାର‌୍ୟ୍ୟକାରୀ ସଭାପତି ନବ ଦାସ, ବିଜେଡିରେ ଯୋଗ ଦେଇପାରନ୍ତି । ମିଳିଥିବା ସୂଚନା ଅନୁସାରେ ଏଥିପାଇଁ ବଡ ବଡ ବେଲୁନ୍ କିଣା ସରିଛି, ଯେଉଁଥିରେ ନବୀନ ଏବଂ ନବ ଦାସଙ୍କ ଫଟୋ ରହିଛି । ମିଶ୍ରଣ ସମୟରେ ଏହି ବେଲୁନ୍ ଗୁଡ଼ିକୁ ଝାରସୁଗୁଡ଼ା ଆକାଶରେ ଦେଖିବାକୁ ମିଳିବ । କିନ୍ତୁ ବଡ କଥା ହେଉଛି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଠିକ୍ ପୂର୍ବରୁ ନବ ଦାସଙ୍କ ନିଷ୍ପତି ଦଳ ପାଇଁ ଏକ ଝଟକା ହେବାକୁ ଯାଉଛି । ଯାହାର ଇସାରା ଦେଇ ସାରିଛନ୍ତି ନବ ଦାସ ।

ବଡ କଥା ହେଉଛି-ନବ ଦାସଙ୍କ ରାସ୍ତାରେ କଂଗ୍ରେସର ଆଉ ଦୁଇ ଜଣ ବିଧାୟକ ଆଗକୁ ବଢୁଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ସୁନ୍ଦରଗଡର ବିଧାୟକ ଯୋଗେଶ ସିଂହଙ୍କ ବୟାନ ଦଳ ଛାଡିବା ରହସ୍ୟକୁ ବଢାଇଦେଇଛନ୍ତି । ସାଲେପୁର ବିଧାୟକ ବିଜେଡିକୁ ପ୍ରଶଂସା କରି ଏହାର ଇସାରା ଦେଇଥିବା ବେଳେ ସୁନ୍ଦରଗଡ଼ ବିଧାୟକ, ନବ ଦାସଙ୍କ ଷ୍ଟାଇଲରେ ଲୋକଙ୍କ ଉପରେ ନିଷ୍ପତି ଛାଡି ଦେଇଛନ୍ତି ।୨୦୧୯ ନିର୍ବାଚନ ପୂର୍ବରୁ ନିରଞ୍ଜନଙ୍କ ନେତୃତ୍ୱରେ କଂଗ୍ରେସ ଏକ ବଡ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଦଳ ବରିଷ୍ଠ ନେତାଙ୍କ ଏହି ଗୋଠ ଛଡ଼ା ଆଭିମୁଖ୍ୟ କଂଗ୍ରେସ ପାଇଁ ନୂଆ ସମସ୍ୟା ସୃଷ୍ଟି କରିଛି । ତାହା ପୁଣି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଆସିବା ପୂର୍ବରୁ ।