ଆମେରିକାରେ ଭାରତୀୟଙ୍କୁ ଝଟକା! ୪ଲକ୍ଷ ଭାରତୀୟଙ୍କୁ ୧୫୦ ବର୍ଷ ପର୍ଯ୍ୟନ୍ତ ମଳିବ ନାହିଁ ଗ୍ରୀନ କାର୍ଡ ।

57

ଆମେରିକା କାଟୋ ଇନଷ୍ଟିଚ୍ୟୁଟର ଥିଙ୍କ-ଟାଙ୍କ ବିଭାଗ ରିପୋର୍ଟ ଅନୁସାରେ ଆଡଭାନ୍ସ ଡିଗ୍ରୀ ପ୍ରାପ୍ତ କରିଥିବା ଭାରତୀୟଙ୍କୁ ୧୫୦ ବର୍ଷ ପର୍ଯ୍ୟନ୍ତ ଆମେରିକାର (ଗ୍ରୀନ କାର୍ଡ) ସିଟିଜନସିପ ପାଇଁ ଅପେକ୍ଷା କରିବାକୁ ପଡିବ । ଏହି ଗ୍ରୀନ କାର୍ଡ ଭାରତୀୟଙ୍କୁ ଆମେରିକାରେ ସ୍ଥାୟୀ ନାଗରିକର ମନ୍ୟତା ଦେବା ସହ ସେଠାରେ ସ୍ଥାୟୀ ବ୍ୟବସାୟ, ଚାକିରୀ କରିବାର ଅନୁମତି ମଧ୍ୟ ଦେଇଥାଏ । ତେବେ କାଟୋ ଇନଷ୍ଟିଚ୍ୟୁଟ ଦ୍ୱାରା ହୋଇଥିବା ରିସର୍ଚ୍ଚ ରିପୋର୍ଟ ଆଧାରରେ (ୟୁଏସସିଆଇଏସ) ଆମେରିକା ସିଟିଜନସିପକୁ ୩ଟି କାଟାଗୋରୀରେ ବିଭାଗ କରାଯାଇଛି, ଯଥା ଇବି-୧, ଇବି-୨ ଏବଂ ଇବି-୩ ଏହି ତିନୋଟି ଦିଗରେ ଆମେରିକାରେ ଗ୍ରୀନ କାର୍ଡ ପାଇବା ପାଇଁ ବିଦେଶ ଲୋକ ମାନେ ଆବେଦନ କରିଥାନ୍ତି ।

Donald Trump, Narendra Modi, Melania Trumpତେବେ (ୟୁଏସସିଆଇଏସ) ରିପୋର୍ଟ ଅନୁସାରେ ୨୦୧୮ ଏପ୍ରିଲ ୨୦ ତାରିଖ ସୁଦ୍ଧା ୬ଲକ୍ଷ ୩୨ହଜାର ୨୧୯ ଜଣ ଭାରତୀୟ ନାଗରିକ ବିଭିନ୍ନ କାଟାଗୋରୀରେ ଗ୍ରୀନ କାର୍ଡ ଆବେଦନକାରୀ ୱେଟିଙ୍ଗ ଲିଷ୍ଟରେ ଥିବା ଜଣା ପଡିଛି । ଯଦି ଆପଣ ଏହି କାଟୋ ରିପୋର୍ଟକୁ ଅନୁଧ୍ୟାନ କରିବେ ତେବେ ଇବି-୧ କାଟାଗୋରୀରେ ୮୩ ହଜାର ୫୭୮ ଜଣ ଭାରତୀୟ ନାଗରିକ ଥିବାବେଳେ, ଇବି-୨ କାଟାଗୋରୀରେ ୪ଲକ୍ଷ ୩୩ହଜାର ୩୬୮ ଜଣ ଏବଂ ଇବି-୩ କାଟାଗୋରୀରେ ୧ଲକ୍ଷ ୧୫ହଜାର ୨୭୩ ଜଣ ଭାରତୀୟ ନାଗରିକ ଅପେକ୍ଷାରତ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଏହାସହ ୩ଟି କାଟାଗୋରୀରେ ଥିବା ଭାରତୀୟ ନାଗରିକଙ୍କୁ ଗ୍ରୀନ କାର୍ଡ ମିଳିବାର ସମୟସୀମା ମଧ୍ୟ ଉଲ୍ଲେଖ କରାଯାଇଛି । ରପୋର୍ଟ ଅନୁସାରେ ଇବି-୧ କାଟାଗୋରୀ ଭାରତୀୟ ନାଗରିକଙ୍କୁ ୬ ବର୍ଷ ମଧ୍ୟରେ ଗ୍ରୀନ କାର୍ଡ ମିଳିବାକୁ ଥିବାବେଳେ ଇବି-୨ କାଟାଗୋରୀରେ ଥିବା ଆଡଭାନ୍ସ ଡିଗ୍ରୀ ପ୍ରାପ୍ତ ଭାରତୀୟଙ୍କୁ ୧୫୧ ବର୍ଷ ଅପେକ୍ଷା କରିବାକୁ ପଡିବା ସହ ଇବି-୩ କାଟାଗୋରୀ ଭାରତୀୟଙ୍କୁ ୧୭ ବର୍ଷ ପର୍ଯ୍ୟନ୍ତ ଗ୍ରୀନ କାର୍ଡ ହାସଲ କରିବା ପାଇଁ ଅପେକ୍ଷା କରିବାକୁ ପଡିବ ବୋଲି ସମ୍ପୂର୍ଣ୍ଣ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ୟୁଏସସିଆଇ ରିପୋର୍ଟ ଅନୁସାରେ ଗ୍ରୀନ କାର୍ଡ ଆବେଦନ କରିଥିବା ଭାରତୀୟ ନାଗରିକଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଅଧିକ ରହିଛି । ତେବେ ପ୍ରତି ଦେଶ ଗ୍ରୀନକାର୍ଡ ଆବେଦନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥାଏ । ତେଣୁ ଭାରତୀୟ ନାଗରିକଙ୍କୁ ମଧ୍ୟ ଆବେଦନ କରିଥିବାର ୭ ପ୍ରତିଶତ ଲୋକଙ୍କୁ ଗ୍ରୀନ କାର୍ଡ ମିଳିବାର ନିୟମ କରିଛି ଆମେରିକା । କିନ୍ତୁ ଯଦି ପ୍ରତି ଦେଶର ନାଗରିକ ନିର୍ଦ୍ଧାରିତ ଆବେଦନ ଠାରୁ ଅଧିକ ସଂଖ୍ୟକ ଗ୍ରୀନ କାର୍ଡ ପାଇଁ ଆବେଦନ କରିବେ , ତେବେ ସମସ୍ୟା ଉପୁଜିବା ସ୍ୱାଭବିକ । ଯଦି ଭବିଷ୍ୟତରେ ଇବି-୨ କାଟାଗୋରୀ ପାଇଁ ନିର୍ଦ୍ଦିଷ୍ଟ ଆବେଦନ କରିବାର ସୀମାକୁ କୋହଳ କରନ୍ତି ଆମେରିକାର ୟୁଏସସିଆଇ ତେବେ ଶହେ ବର୍ଷ ମଧ୍ୟରେ ସମସ୍ତଙ୍କୁ ଗ୍ରୀନ କାର୍ଡ ମିଳିଯିବ ବୋଲି ପୂର୍ବାନୁମାନ କରିଛି କାଟୋ ।