ଲଗାଣ ବର୍ଷାରେ ବେହାଲ ସମ୍ବଲପୁର : ଜନଜୀବନ ଅସ୍ତବ୍ୟସ୍ତ

15

ସମ୍ବଲପୁର : ଲଗାଣ ବର୍ଷାରେ ବେହାଲ ସମ୍ବଲପୁର । ହାଉସିଂବୋର୍ଡ, ଏନଗୁଆ ଲାଇନ, ହାଉସିଂବୋର୍ଡ କଲୋନୀ ଓ ବିଭିନ୍ନ ତଳିଆ ଅଂଚଳରେ ପ୍ରବଳ ବର୍ଷା ଯୋଗୁଁ ଘରେ ପାଣି ପଶିଯାଇଛି । ଘରେ ପାଣି ପଶିଯିବା ଫଳରେ ଲୋକମାନେ ଘର ବାହାରକୁ ପଳାଇଆସିଛନ୍ତି । ଘର ଭିତରେ ଓ ବାହାରେ ୨ରୁ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ଫଳରେ ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି । ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି।