୬୦ବର୍ଷ ପରେ ସରକାର ଦେବେ ପେନସନ । ବାସ୍ ! ଆପଣଙ୍କୁ କରିବାକୁ ପଡିବ କେବଳ ଏତିକି କାମ

78

ଅବସରଗ୍ରହଣ ପରେ ହେଉ କିମ୍ବା ବୟସ୍କ ଲୋକଙ୍କ ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ଆଣିଛନ୍ତି । ଏହି ନିୟମ ଅନୁସାରେ ସରକାର ୬୦ ବର୍ଷ ପରେ ଲୋକଙ୍କୁ ଦେବେ ପେନସନ । ଏହି ସ୍କିମର ନାଁ ହେଉଛି ଅଟଳ ପେନସନ ଯୋଜନା । ମାସକୁ ମାତ୍ର ୨୧୦ଟଙ୍କା ଡିପୋଜିଟ କରି ଅବସର ପରେ ଆରଣ ମାସକୁ ୫ହଜାର ଟଙ୍କା ପାଇପାରିବେ ।

ଯଦି ଆପଣ ୬୦ ବର୍ଷ ପରେ ପ୍ରତିମାସ ୫ହଜାର ଟଙ୍କା ଲେଖାଏ ପାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ଅଟଳ ପେନସନ ସ୍କିମ ଆପଣାନ୍ତୁ । ଯଦି ଆପଣଙ୍କ ବୟସ ୧୮ ବର୍ଷ ଓ ପ୍ରତିମାସ ୨୧୦ ଟଙ୍କା ରଖିବେ ତେବେ ୬୦ ବର୍ଷ ପରେ ମାସିକ ୫ହଜାର ଟଙ୍କା ପାଇପାରିବେ ।
ଏହି ଯୋଜନାରେ ଜଣେ ବ୍ୟକ୍ତି ୧ହଜାରରୁ ୫ହଜାର ପର୍ଯ୍ୟନ୍ତ ଟଙ୍କା ପାଇପାରିବେ । ତେବେ ଏଥିପାଇଁ ଟଙ୍କା ରଖିବାର ସୀମା ଆପଣଙ୍କ ବୟସ ଉପରେ ନିର୍ଭର କରେ । ଯେତେ କମ ବୟସରୁ ଆପଣ ଏହି ସ୍କିମରେ ଟଙ୍କା ରଖିବେ ଆପଣଙ୍କୁ ମାସିକ ସେତେ କମଟଙ୍କା ରଖିବାକୁ ପଡିବ ।
ମୃତ୍ୟୁ ପରେବି ଆପଣଙ୍କୁ ମିଳିବ ପେନସନ । ଯଦି ଏହି ଯୋଜନାରେ ଟଙ୍କା ରଖୁଥିବା ବ୍ୟକ୍ତି ୬୦ ବର୍ଷ ପୂର୍ବରୁ ମରିଯାଏ ତେବେ ତାଙ୍କ ସ୍ତ୍ରୀ ଏହି ଆକାଉଂଟରେ ଟଙ୍କା ରଖିପାରିବେ

-ଆପଣ ମାସିକ ହଜାରେ ଟଙ୍କା ପେନସନ ପାଇବା ପାଇଁ ମାସିକ ୪୧ ଟଙ୍କାରୁ ୨୯୧ ଟଙ୍କା ଡିପୋଜିଟ କରିବାକୁ ପଡିବ । ଯଦି ଡିପୋଜିଟ କରୁଥିବା ବ୍ୟକ୍ତିଙ୍କର କୌଣସି କାରଣରୁ ମୃତ୍ୟୁହୋଇଯାଏ ତେବେ ତାଙ୍କର ନୋମିନକୁ ୧ ଲକ୍ଷ ୭୦ହଜାର ଟଙ୍କା ମିଳିବ ।

-ପ୍ରତିମାସ ୨ହଜାର ଟଙ୍କା ପାଇବା ପାଇଁ ୮୪ ଟଙ୍କାରୁ ୫୮୨ ଟଙ୍କା ଡିପୋଜିଟ କରିବାକୁ ପଡିବ । ଏହା ଆପଣଙ୍କ ବୟସ ଉପରେ ନିର୍ଭର କରେ । ଯଦି ଡିପୋଜିଟ କରୁଥିବା ବ୍ୟକ୍ତିଙ୍କର କୌଣସି କାରଣରୁ ମୃତ୍ୟୁହୋଇଯାଏ ତେବେ ତାଙ୍କର ନୋମିନକୁ ୩ଲକ୍ଷ ୪୦ହଜାର ଟଙ୍କା ମିଳିବ ।
– ସେହିପରି ପ୍ରତିମାସ ୫ହଜାର ଟଙ୍କା ପାଇବା ପାଇଁ ମାସିକ ୨୧୦ ଟଙ୍କାରୁ ୧୪୫୪ଟଙ୍କା ଡିପୋଜିଟ କରିବାକୁ ପଡିବ । ଏହା ଆପଣଙ୍କ ବୟସ ଉପରେ ନିର୍ଭର କରେ । ଯଦି ଡିପୋଜିଟ କରୁଥିବା ବ୍ୟକ୍ତିଙ୍କର କୌଣସି କାରଣରୁ ମୃତ୍ୟୁହୋଇଯାଏ ତେବେ ତାଙ୍କର ନୋମିନକୁ ୮ଲକ୍ଷ ୫୦ହଜାର ଟଙ୍କା ମିଳିବ ।

ସମାଜରେ ରହୁଥିବା ଗରିବ ଶ୍ରେଣୀର ଲୋକଙ୍କ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ସରକାର ଏଭଳି ଯୋଜନା ଆରମ୍ଭ କରିଛନ୍ତି । ଫଳରେ ୬୦ ବର୍ଷ ପରେ ସେମାନଙ୍କର ଆର୍ଥିକ ସମସ୍ୟା ରହିବ ନାହିଁ । ୧୮ରୁ ୪୦ ବର୍ଷ ବୟସର ଲୋକ ଏହି ଯୋଜନାରେ ଟଙ୍କା ରଖିପାରିବେ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବାପାଇଁ ବ୍ୟାଙ୍କରେ ସେଭିଂସ ଆକାଉଂଟ ଓ ଆଧାର କାର୍ଡ ଥିବା ଦରକାର ।