ଲାଲ ବତି ଜଳୁଥିବା ସମୟରେ ଆପଣ କରୁଛନ୍ତି କି ଏଭଳି କିଛି କାମ ? ତେବେ ସାବଧାନ ! ଏଣିକି ଆପଣଙ୍କ ପକେଟରୁ ଯିବ ହଜାରେ ଟଙ୍କା

40

ବଡ ବଡ ସହରମାନଙ୍କରେ ସବୁଠାରୁ ବଡ ସମସ୍ୟା ହେଲା ଟ୍ରାଫିକ୍ ବ୍ୟବସ୍ଥା । ଯାହାକୁ ନିୟନ୍ତ୍ରଣ କରିବା ଖୁବ କଷ୍ଟକର ହୋଇପଡେ । ମାତ୍ର ଲୋକଙ୍କର ସୁବିଧା ପାଇଁ ସହରର ପ୍ରତିଟି ଛକମାନଙ୍କରେ ଟ୍ରାଫିକ୍ ବ୍ୟବସ୍ତା କଡାକଡି କରାଯାଇଛି । ଏପରିକି ଯଦି କେହି ଏହାକୁ ଅବମାନନା କରନ୍ତି ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆପଣ ଦେଖିଥିବେ କି ବିଭିନ୍ନ ଛକମାନଙ୍କରେ ଟ୍ରାଫିକ୍ ପୁଲିସ ଜଗିଥାନ୍ତି । ଯିଏକି ଟ୍ରାଫିକ୍ ଜନିତ ସମସ୍ୟାକୁ ନିୟନ୍ତ୍ରଣ କରିଥାନ୍ତି । ଆଉ ଏଥସହିତ ଏଠାରେ ବି ଟ୍ରାଫିକ୍ ଲାଇଟ୍ ଲଗାଯାଇଥାଏ । ଯାହାର ସଙ୍କେତ ମିଳିବା କ୍ଷଣି ଯାନବାହନ ଚଳପ୍ରଚଳ କରିଥାନ୍ତି । ତେବେ ଏହି ବତି ଗୁଡିକର ମଧ୍ୟ ଏକ ନିର୍ଦ୍ଦିଷ୍ଟ ନିୟମ ରହିଛି । ଯାହା ସଂପର୍କରେ ବୋଧ ଆପଣଙ୍କୁ ଜ୍ଞାନ ଥିବ । ମାତ୍ର ଏସବୁ ମଧ୍ୟରେ ଯଦି ଆପଣ ଲାଲ ବତି ଜଳୁଥିବା ସମୟରେ ଗାଡିର କାଚ ଖୋଲି ଭିକାରୀଙ୍କୁ ଭିକ ଦେଉଛନ୍ତି କିମ୍ବା କୌଣସି ଜିନିଷ କିଣିଛନ୍ତି ତେବେ ଏଣିକି ଏସବୁ କାମ ଆପଣଙ୍କ ପାଇଁ ମହଙ୍ଗା ପଡିପାରେ ।

କାରଣ ମୋଟର ଭେଇକିଲ୍ ନିୟମ ଆଧାରରେ ଲାଲ ବତି ଜଳୁଥିବା ସମୟରେ ଗାଡି କାଚ ଖୋଲିବା ଯାତାୟତ ନିୟମର ଉଲ୍ଲଘଂନ ଅଟେ । ଯେଉଁଥି ପାଇଁ ଆପଣଙ୍କୁ ମୋଟା ରକମର ଜରିମାନା ଦେବାକୁ ପଡିପାରେ । ଯଦି ଆପଣ ଏଭଳି କାମ କରୁଥିବାର ଧରା ପଡନ୍ତି ତେବେ ଏଥିପାଇଁ ଆପଣଙ୍କ ଉପରେ ପାଖାପାଖି ହଜାର ଟଙ୍କାର ଜରିମାନା ବାବଦକୁ ଲାଗିପାରେ । କ୍ରାସ ଗାର୍ଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପରେ ପରେ ଏବେ ଦିଲ୍ଲୀ ପୁଲିସ ଅଭିଯାନ ଜାରି କରି ଲୋକଙ୍କୁ ସଚେତନ କରିବେ କି ସେମାନେ ଲାଲ ବତି ଜଳିବା ସମୟରେ ଗାଡିର କାଚକୁ ବନ୍ଦ ରଖିବାକୁ ।

ଏଠାରେ ଆମେ କହି ରଖୁଛୁ କି, କ୍ରାସ ଗାର୍ଡ ଦ୍ୱାରା ବଡ ବଡ ଦୁର୍ଘଟଣା ହେବାର ଭୟ ରହିଥାଏ । କାହିଁକି ନା କ୍ରାସ ଗାର୍ଡ ବ୍ୟବହାର ହେବା ଦ୍ୱାରା ଗାଡିର ଏୟାର ବ୍ୟାଗ ଖୋଲି ନଥାଏ ଏବଂ ଚାଳକଙ୍କର ମୃତ୍ୟୁ ମଧ୍ୟ ହେବାର ସମ୍ଭବନା ରହିଥାଏ ।