ଗୁଗଲ ଲଂଚ କଲା ‘ଫାଇଲ ଗୋ’ ଆପ୍ ! ଫୋନର ମେମୋରୀ ଫୁଲ୍ ହେଲେ ବି ଆଉ ଚିନ୍ତା ନାହିଁ , ଜାଣନ୍ତୁ ଏହା କେମିତି କରିବ ସାହାଯ୍ୟ

38

ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ ଖୁସି ଖବର । ଗୁଗଲ ମଙ୍ଗଳବାର ଦିନ ଏକ ନୂତନ ଆପ୍ ଲଂଚ କରିଛି । ଏହାର ନାମ ‘ଫାଇଲ ଗୋ’ । ଗୁଗଲର ଏହି ଆପ୍ ଆପଣଙ୍କ ଫୋନରେ ମେମୋରୀ ଫୁଲ୍ ହୋଇଗଲେ ବି ଏହି ସମସ୍ୟାରୁ ମୁକ୍ତି ଦେବ ଆପଣଙ୍କୁ ଆଉ କିଛି ଚିନ୍ତା କରିବାକୁ ପଡିବନାହିଁ । ‘ଫାଇଲ୍ ଗୋ’ ଆପ୍ ରେ ଆପଣ ସହଜରେ ଫୋନରେ ମେମୋରୀ ଖାଲି କରିପାରିବେ । ସହଜରେ କୌଣସି ଫାଇଲକୁ ମଧ୍ୟ ଖୋଜିପାରିବେ । ଏବଂ ଏହାକୁ ଶେୟାର କରିପାରିବେ । ସବୁଠୁ ପ୍ରମୁଖ କଥା ହେଲା ଗୁଗଲର ଏହି ନୂତନ ଆପ୍ ଟି ଅଫଲାଇନରେ ବି କାମ କରିବ ।

ଫୋନରୁ ଏବେ ଫଟୋ ଡିଲିଟ୍ କରିବାକୁ ପଡିବ ନାହିଁ !
ଗୁଗଲର ‘ଫାଇଲ ଗୋ ’ ଆପ୍ କୁ ଆଣ୍ଡ୍ରଏଡ୍ ୟୁଜସ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ । ଗୁଗଲ ଏହି ଆପ୍ କୁ ଲଂଚ କରି କହିଛି , ୟୁଜର ସର୍ବଦା ନିଜର ଫୋନ୍ ମେମୋରୀକୁ ନେଇ ସମସ୍ୟାରେ ଥା’ନ୍ତି । ଅନେକ ସମୟରେ ସେମାନେ ନିଜର ଫୋନରୁ ଅନେକ ଜିନିଷ ଡିଲିଟ୍ କରିଥାନ୍ତି । ତାଙ୍କୁ ସବୁବେଳେ ଭାବିବାକୁ ପଡିଥାଏ କେଉଁ ଜିନିଷକୁ ଡିଲିଟ୍ କରିବେ ଆଉ କେଉଁ ଜିନିଷକୁ ରଖିବେ । ଏହି ଆପ୍ ଫାଇଲ ଗୋ କୁ ମାସ ହେଲା ଟେଷ୍ଟିଂ କରାଯାଇଛି । ବହୁତ ୟୁଜର ଏହି ଆପ୍ ଦ୍ୱାରା ୧ ଜିବି ଯାଏ ମେମୋରୀ ବଂଚାଇପାରିଛନ୍ତି । ଏବଂ ଅନେକ ଫାଇଲକୁ ବିନା କୌଣସି ଡାଟା ଦ୍ୱାରା ଅନ୍ୟକୁ ଶେୟାର କରିଛନ୍ତି ।

‘ଫାଇଲ୍ ଗୋ’ ଆପ୍ ରୁ କଣ ମିଳିବ ଫାଇଦା ଜାଣନ୍ତୁ –
ଏହି ଆପ୍ ନିଜର ଫୋନ୍ ମେମୋରୀକୁ ବଂଚାଇଥାଏ । ଗୁଗଲକୁ ସମୟ ସମୟରେ କେଉଁ ଫାଇଲ୍ ଡିଲିଟ୍ କରିବାକୁ ହେବ , ଏହା ସୂଚାଇ ଦେଇଥାଏ । ଯେମିତି କି କେଉଁ ଆପ୍ ଟି ଅଧିକ ସମୟ ଧରି ବ୍ୟବହାର ହେଉନି । କେଉଁ ଫାଇଲ୍ ବଡ ଫାଇଲ୍ ଅଟେ । କେଉଁ ଫାଇଲ୍ ଡୁପ୍ଲିକେଟ୍ ଫାଇଲ୍ ଅଟେ ବା ଲୋ ରିଜୋଲୁସନର ଭିଡିଓ ଓ ରିମିକ୍ସ । ଗୁଗଲ ଏଥିପାଇଁ ଲାଟେଷ୍ଟ ମୋବାଇଲ୍ ଭିଜନ ଟେକ୍ନୋଲୋଜି ବ୍ୟବହାର କରିବ ।

ଅଫଲାଇନ୍ ମଧ୍ୟ କାମ କରିବ –
ଗୁଗଲ ଏବେ ଆପଣଙ୍କୁ ଫଟୋ , ଭିଡିଓ , ଡକ୍ୟୁମେଂଟ , ଆପ୍ ଆଦିକୁ ଅଟୋମେଟିକ୍ ସେଭ୍ କରିବ । ଅର୍ଥାତ୍ ଏବେ ଆପଣଙ୍କର ଫୋନ୍ ରେ ବହୁତ ଫୋଲଡର ରହିବନାହିଁ । ଗୁଗଲ ଏହାକୁ ବ୍ୟବସ୍ଥିତ ତରିକାରେ ରଖିବ । ଏହାଦ୍ୱାରା ଆପଣ ସହଜରେ ଫାଇଲକୁ ଖୋଜି ପାରିବେ । ଏହା ବ୍ୟତୀତ ଆପଣ ଫାଇଲ୍ ଗୋ ରୁ ନିଜର ଡାଟାକୁ କ୍ଲାଉଡ୍ ଓ ଗୁଗଲ ଡ୍ରାଇଭରେ ସେଭ କରିପାରିବେ । ଏହା ଛଡା ଆପଣ ଏହି ଆପ୍ ରେ ଆପଣ ଅନ୍ୟ କାହାକୁ ବି ଅଫଲାଇନ୍ ମଧ୍ୟ ଫାଇଲ୍ ଟ୍ରାନ୍ସଫର କରିପାରିବେ ।