ଆଠଗଡରେ ମାତିଲେ ହାତୀ: ମେଘା ଅଂଚଳରେ ମଇଁଷି ଗୋଠ ଉପରେ ଆକ୍ରମଣ, ଗୋଟିଏ ମଇଁଷି ମୃତ

35

କନକ ବ୍ୟୁରୋ : ଆଠଗଡରେ ହାତୀ ଆତଙ୍କ । ଗତ କିଛି ଦିନ ହେଲା ହାତୀପଲ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳାଇଛନ୍ତି  । କାଇପୁଡିଆରେ ଏକ ମଇଁଷି ପଲ ଉପରେ ଆକ୍ରମଣ କରିଛନ୍ତି ହାତୀପଲ । ଫଳରେ ଗୋଟିଏ ମଇଁଷିର ମୃତ୍ୟୁ ହୋଇଥିବା ବେଳେ ୧୪ଟି ମଇଁଷି ଆହତ ହୋଇଛନ୍ତି । ଗତ କିଛି ଦିନ ଧରି ଆଠଗଠର ବିଭିନ୍ନ ଅଂଚଳରେ ହାତୀ ପଲ ଉତ୍ପାତ କରୁଛନ୍ତି । ହାତୀ ଉପଦ୍ରବକୁ ନେଇ ମେଘା ଅଂଚଳର ଲୋକେ ଆତଙ୍କିତ ହୋଇପଡିଛନ୍ତି  ।