ଜମ୍ମୁ କଶ୍ମୀର: ବଡଗାମ ଏନକାଉଂଟରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ, ଜଣେ ଆତଙ୍କବାଦୀ ମୃତ

28

କନକ ବ୍ୟୁରୋ : ଜମ୍ମୁ ଓ କଶ୍ମୀରର ବଡଗାମରେ ଏନକାଉଂଟର । ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ନିହତ ଆତଙ୍କବାଦୀ ମୁଜାଫର ଅହମଦ,ଅଲ ବଦ୍ର ଆତଙ୍କୀ ସଂଗଠନର ବୋଲି ଜଣାପଡିଛି । ମୁଜାଫର ଅହମଦ ପୂର୍ବରୁ ଲସ୍କର-ଏ-ତୋଲବା ସଂଗଠନ ସହ ସମ୍ପୃକ୍ତ ଥିବା ସୂଚନା ମିଳିଛି । ଆଜି ଭୋରରୁ ବଡଗାମର ମାଛୁ ଅଂଚଳରେ ସୁରକ୍ଷା କର୍ମୀ ଓ ପୁଲିସ ସହ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ନିହତ ହୋଇଛି ଆତଙ୍କବାଦୀ । ଗତ କିଛି ଦିନ ଧରି ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଜମ୍ମୁ ଓ କଶ୍ମୀରରେ ପ୍ରାୟ ୨୫୦ରୁ ୩୦୦ଆତଙ୍କବାଦୀ ସକ୍ରିୟ ଥିବା ସୂଚନା ମିଳିଛି ।