ରୁଷିଛନ୍ତି ଦିଲ୍ଲୀପ

36

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ଚାଲିଛି ରାଉରକେଲା ବିଧାୟକ ଦିଲ୍ଲୀପ ରାୟଙ୍କ ମାନଭଞ୍ଜନ । ପ୍ରଧାନମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ ହୋଇନଥିବାରୁ ରୁଷିଛନ୍ତି ବିଜେପି ବିଧାୟକ । ଆସନ୍ତାକାଲି ରାଉରକେଲାରେ ହେବାକୁ ଥିବା କେନ୍ଦ୍ର ସରକାରଙ୍କ ବିକାଶ ଉତ୍ସବରେ ଯୋଗ ଦେବେନାହିଁ ବୋଲି ଘୋଷଣା କରି ସାରିଛନ୍ତି ଦିଲ୍ଲୀପ । ହେଲେ ଏଥିପାଇଁ ଆଜି ବସିଥିବା ପ୍ରସ୍ତୁତି ବୈଠକରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହ ଏକାଠି ବସି ପୂରା କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିଛନ୍ତି । କେମିତି ସଭାକୁ ସଫଳ କରାଯିବ ସେଥିଲାଗି ବୈଠକରେ ବ୍ଲୁ ପ୍ରିଂଟ ପ୍ରସ୍ତୁତ ହୋଇଛି ।

କେନ୍ଦ୍ରରେ ଏନଡିଏ ସରକାରଙ୍କ ଦୁଇବର୍ଷ ପୂର୍ତି ଲାଗି ଏହି ବିକାଶ ଉତ୍ସବର ଆୟୋଜନ । ତେଣୁ କେମିତି ଅଧିକରୁ ଅଧିକ ଲୋକ ଯୋଗଦେବେ, କର୍ମୀମାନଙ୍କୁ ଏଥିପାଇଁ କେମିତି ସଂଗଠିତ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଛି । ସେପଟେ ବିଧାୟକ ଦିଲ୍ଲୀପ ରାୟଙ୍କୁ ମନେଇବାରେ ଲାଗିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ । ଆସନ୍ତାକାଲି ରାଉରକେଲା ଆସୁଥିବା କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ସ୍ଥାନୀୟ ବିଧାୟକ ଦିଲ୍ଲୀପ ରାୟଙ୍କ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ଜୁଏଲ । ଦିଲ୍ଲୀପ ଯେତେ ମନା କରୁଥିଲେ ବି ଠିକଣା ସମୟରେ ସଭାରେ ସାମିଲ ହେବେ ବୋଲି ଜୁଏଲ ଆଶା ରଖିଛନ୍ତି ।

ଏହା ସହ ମୋଦି ବୁଝିଲେନି ଦିଲ୍ଲୀପଙ୍କ କଥା