ବିବାଦରେ ବିଜେପି ନେତ୍ରୀ

66

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କନକ ନ୍ୟୁଜର ବିତର୍କରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ମନ୍ତବ୍ୟକୁ ନେଇ ମୁହାଁମୁହିଁ ବିଜେଡି ଓ ବିଜେପି । ଲେଖାଶ୍ରୀଙ୍କ ବୟାନକୁ ନେଇ ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ବିଜେପି ନେତ୍ରୀଙ୍କ ବୟାନ ନାରୀ ଜାତି ପ୍ରତି ଅପମାନ । ଓଡିଶା ନାରୀ ଦେହ ବ୍ୟବସାୟରେ ଲିପ୍ତ ଥିବାର ପ୍ରମାଣ ନାହିଁ ବୋଲି କହିଛନ୍ତି ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ପ୍ରମିଳା ମଲ୍ଲି୍କ । ଲେଖାଶ୍ରୀଙ୍କୁ ତୁରନ୍ତ ଗିରଫ କରିବାକୁ ସେ ଦାବି କରିଛନ୍ତି । ବିଜେପି ନିଃସର୍ତ କ୍ଷମା ପ୍ରାର୍ଥନା କରୁ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।

ସେପଟେ ନିଜର ସଫେଇ ରଖିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର । ଅଧାରୁ କହିବାକୁ ଦେଲେନି, ଆଙ୍ଗୁଳି ଦେଖାଇ ମୋତେ ଅଟଳାଇଲେ ବୋଲି ପାଲଟା ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ । ମୋ କଥା ଯଦି କାହାକୁ କଷ୍ଟ ଦେଇଥାଏ ସେଥିପାଇଁ ମୁଁ ଦୁଃଖିତ । କିନ୍ତୁ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ଲେଖାଶ୍ରୀ ।