ସିବିଆଇ ବନାମ ଭିଜିଲାନ୍ସ : ଜୋର ଧରିଲା ରେଡ୍ ରାଜନୀତି

30

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାଇଙ୍କ ଗ୍ୟାସ୍ ଏଜେନ୍ସିରେ ଭିଜିଲାନ୍ସ ରେଡ୍ ପରେ ଆଜି ସୋସିଆଲ୍ ମିଡିଆରେ ଏକ ଜାତୀୟ ଖବର କାଗଜର ନ୍ୟୁଜ୍ ଆର୍ଟିକଲକୁ ଅପଲୋଡ୍ କରିଛନ୍ତି ଭିଜିଲାନ୍ସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ।

୨୦୧୬ ଅଗଷ୍ଟରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଏହି ନ୍ୟୁଜ୍ ଆର୍ଟିକଲରେ ସ୍ଥାନ ପାଇଛି । ଏଥିରେ କୁହାଯାଇଛି, ବେଆଇନ୍ ଅପମିଶ୍ରଣକୁ ରୋକିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସେହି ନିର୍ଦ୍ଦେଶର ଏତେଦିନ ପରେ କାହିଁକି ଭିଜିଲାନ୍ସ ରେଡ୍ କଲା ସେନେଇ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ । ସେପଟେ ରାଜ୍ୟ ରାଜନୀତି ଏହାକୁ ନେଇ ସରଗରମ ହୋଇଛି ।