ବିବାହର ମାତ୍ର ଦୁଇ ଘଣ୍ଟା ପରେ ଦୁର୍ଘଟଣାଗ୍ରସ୍ତ ହେଲା ହେଲିକପ୍ଟର ! ଚାଲିଗଲା ନବଦମ୍ପତିଙ୍କ ଜୀବନ

126

ବିବାହର ମାତ୍ର ୨ ଘଂଟା ପରେ ଚାଲିଗଲା ନବଦମ୍ପତିଙ୍କ ଜୀବନ । ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ସାତ ଜୀବନର ସାଥୀ ହେବା ପାଇଁ ଦୁହେଁ ଦୁହିଁଙ୍କୁ କଥା ଦେଇଥିଲେ, ହେଲେ ଏକାଠି ଜୀବନ ବିତାଇବା ପୂର୍ବରୁ ହେଲିକେପ୍ଟର ଯାତ୍ରା ହେଲା ଶେଷ ଯାତ୍ରା । ଏପରି ଏକ ଦୁଃଖଦ ଘଟଣା ଘଟିଛି ଆମେରିକାରେ ।

ଆମେରିକା ଟେକ୍ସାସରେ ଏକ ହେଲିକପ୍ଟର ଦୁର୍ଘଟଣାରେ ନବଦମ୍ପତି ୱିଲ୍ ବିଲର ଓ ବେଲି ଏଳରମୈନ ଡିମ୍ ୱେଡ଼ିଙ୍ଗ୍ ଶେଷ କରି ଫେରୁଥିଲେ । ଫେରିବାର କିଛି ସମୟ ମଧ୍ୟରେ ହିଁ ହେଲିକପ୍ଟର ଏକ ପାହାଡ଼ରେ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା । ଗତ ଶନିବାର ରାତିରେ ଘଟିଛି ଏହି ଘଟଣା । ବିବାହରେ ସାମିଲ ହୋଇଥିବା ଅତିଥି ଏଘଟଣା ଫେସବୁକ ଶେୟାର କରି ଦୁଃଖ ବ୍ୟକ୍ତ କରିଛନ୍ତି । ଦୁର୍ଘଟଣାରେ ନବଦମ୍ପତିଙ୍କ ସହ ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ହେଲିକପଟର ଉଙ୍ଗ଼ାଇବା ପୂର୍ବରୁ ସମେସ୍ତ ବେଶ୍ ଖୁସି ଥିଲେ । ବନ୍ଧୁପରିଜନଙ୍କ ଗହଣରେ ନବଦମ୍ପତି ହେଲିକପ୍ଟରରେ ସବାର ହୋଇଥିଲେ । ପରେ ସର୍ଚ୍ଚ ଟିମଙ୍କୁ ହେଲିକପ୍ଟରର ଭଗ୍ନାବଶେଷ ମିଳିଥିଲା ।