ଯୋଡାମୁଣ୍ଡ ଶିଶୁଙ୍କୁ ନେଇ ଦିଲ୍ଲୀ ଏମ୍ସରୁ ଆସିଲା ଭଲ ଖବର ! ସୁଧରୁଛି ଜଗାର ସ୍ୱାସ୍ଥ୍ୟବସ୍ଥା,୩ ଦିନ ଭିତରେ ଆଇସିୟୁରୁ ବାହାରିବା ସମ୍ଭାବନା

21

କନକ ବ୍ୟୁରୋ : ସୁଧୁରୁଛି ଜଗାର ସ୍ୱାସ୍ଥ୍ୟବସ୍ଥା । ୩ ଦିନ ଭିତରେ ଆଇସିୟୁରୁ ବାହାରକୁ ଆସିବ ଜଗା । ଦିଲ୍ଲୀ ଗସ୍ତରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା ବଳିଆଙ୍କ ସଂପର୍କରେ ଏଭଳି ଆଶ୍ୱସ୍ତକର ସୂଚନା ଦେଇଛନ୍ତି । ଜଗା ବଳିଆ କିଭଳି ସୁସ୍ଥ ହୋଇ ଫେରିଆସିବେ ସେ ନେଇ ଚାହିଁ ବସିଛି ସାରା ଓଡିଶା । ସାରା ବିଶ୍ୱରେ ଡାକ୍ତରୀ ବିଜ୍ଞାପନ ପାଇଁ ଯାହା ଅସମ୍ଭବ ତାକୁ କରିଦେଖାଇଛନ୍ତି ଦିଲ୍ଲୀ ଏମ୍ସର ଡାକ୍ତର । ସେଥିପାଇଁ ଏହି ଯୋଡାମୁଣ୍ଡ ଶିଶୁଙ୍କ ମା କହିଛନ୍ତି ଜଗା ବଳିଆଙ୍କୁ ନୂଆ ଜୀବନ ଦେଇଛନ୍ତି ଏମ୍ସ ଡାକ୍ତର । ଆଜି ଜଗା-ବଳିଆଙ୍କୁ ଆଇସିୟୁ ବାହାରୁ ଦେଖିବା ପରେ ମା ଭାବ ବିହ୍ୱଳ ହୋଇପଡିଛନ୍ତି ।