ବିଜେପି କାର୍ଯ୍ୟାଳୟରେ ପଦାଧିକାରୀ ବୈଠକ : ଆଗାମୀ ପଂଚାୟତ ନିର୍ବାଚନ ପାଇଁ ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ

22

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ମୋଦିଙ୍କ ବାଲେଶ୍ୱର ଗସ୍ତ ପରେ ବିଜେପି ଶିବିରରେ ଏବେ  ଚଳଚଂଚଳ । ସମସ୍ତଙ୍କ ନଜର ଆଗାମୀ ପଂଚାୟତ ନିର୍ବାଚନ । ଏଥିପାଇଁ ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ କରିଛି ଦଳ । କିଭଳି ନବୀନ ସରକାରଙ୍କୁ ଆଗାମୀ ଦିନରେ ଚେଙ୍କ ଦେବ ଦଳ । ଏଥିପାଇଁ ଆଜି ବିଜେପି କାର୍ଯ୍ୟାଳୟରେ ହୋଇଛି ପଦାଧିକାରୀ ବୈଠକ । ବୈଠକରେ ପ୍ରଥମ ଥର ପାଇଁ ଯୋଗ ଦେଇଛନ୍ତି ଜିଲ୍ଲାର ପ୍ରଭାରୀ ଓ ଜିଲ୍ଲା ବିଜେପି ସଭାପତି । ଏହାସହ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା,  ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ,ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଓ କେବି ସିଂହଦେଓ ଉପସ୍ଥିତ ଥିଲେ । ଆଗାମୀ ପଂଚାୟତ ନିର୍ବାଚନରେ ଦଳ କିଭଳି ସଫଳତା ପାଇବ ଓ ସଂଗଠନ ସୁଦୃଢ ହେବ ସେନେଇ ଜିଲ୍ଲା ସଭାପତି ଓ ପ୍ରଭାରୀଙ୍କୁ ଗୁରୁମନ୍ତ୍ର ଦିଆଯାଇଛି । ପଂଚାୟତଠାରୁ ଆରମ୍ଭ କରି ମଣ୍ଡଳସ୍ତରରେ ଦଳର ସଂଗଠନ କିପରି ବଢିବ ସେନେଇ ଆଲେଚନା ହୋଇଛି ଏବଂ ତୃଣମୂଳ ସ୍ତରରେ ବିଜେଡିର ଅପାରଗତା କିପରି ଲୋକଙ୍କପାଖରେ ପଂହଚିବ ସେନେଇ ଆଲୋଚନା ହୋଇଛି ।