ବିଜେଡି ଓ ବୈଜୟନ୍ତଙ୍କ ମଧ୍ୟରେ ବଢୁଛି ଦୂରତା! ନବୀନଙ୍କୁ ଭେଟି ଫେରାଦ ହେଲେ ନିଶ୍ଚିନ୍ତକୋଇଲି ବ୍ଲକ ଅଧ୍ୟକ୍ଷ ଓ ସମର୍ଥକ, ତଦନ୍ତ ପାଇଁ ପ୍ରତିଶୃତି ଦେଲେ ସୁପ୍ରିମୋ

37

କନକ ବ୍ୟୁରୋ : ବଢ଼ୁଛି ବିଜେଡି ବୈଜୟନ୍ତ ଦୂରତା । ନବୀନ ନିବାସରେ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଗର୍ଜନ କଲେ ବୈଜୟନ୍ତଙ୍କ ନିବାର୍ଚନମଣ୍ଡଳୀର ଲୋକ ପ୍ରତିନିଧି । ନିଶ୍ଚିତକୋଇଲି ବ୍ଳକର ଶତାଧିକ ବିଜେଡି ସମର୍ଥକ ବ୍ଳକ ସଭାପତି ରମାକାନ୍ତ ମହାନ୍ତିଙ୍କ ନେତୃ୍ତ୍ୱରେ ଆସି ବୈଜୟନ୍ତଙ୍କ ବିରୋଧରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଗରେ ଫେରାଦ ହୋଇଛନ୍ତି । ବିଜେଡି କର୍ମୀମାନେ ଅଭିଯୋଗ ଆଣିଛନ୍ତି ଯେ ବୈଜୟନ୍ତ କର୍ମୀମାନଙ୍କୁ ଅଣଦେଖା କରୁଛନ୍ତି । ବୁହାଳୋଠାରେ ପାନୀୟଜଳ ଟାଙ୍କି ଉଦଘାଟନ ସମୟରେ ସ୍ଥାନୀୟ ବିଜେପି ଓ କଂଗ୍ରେସ କର୍ମିଙ୍କୁ ସାଥୀରେ ରଖିଥିଲେ । କର୍ମୀଙ୍କ କଥା ଶୁଣି ତଦନ୍ତ ପ୍ରତିଶ୍ରୁତି ଦେଇଛନ୍ତି ନବୀନ ପଟ୍ଟନାୟକ ।

Screen shot 2018-01-15 at 8.20.54 AMବୈଜୟନ୍ତଙ୍କ ସାଂସଦ ପାଣ୍ଠିରୁ ନିର୍ମିତ ନିଶ୍ଚିନ୍ତ କୋଇଲି ବୁହାଳୋରେ ଏକ ଓଭର ହେଡ ପାଣିଟଙ୍କି ଉଦଘାଟନକୁ ବିରୋଧ କରିଥିଲେ ସ୍ଥାନୀୟ ବିଜେଡି କର୍ମୀ । ବିରୋଧ ସତ୍ତେ୍ୱ ପାଣିଟାଙ୍କି ଉଦଘାଟନ କରିବା ସହ ତୃତୀୟ ମହଲାକୁ ଟାର୍ଗେଟ କରିଥିଲେ ବୈଜୟନ୍ତ ପଣ୍ଡା । ପୁରା ବିଦ୍ରୋହ ପାଇଁ ତୃତୀୟ ମହଲାର ଜଣେ ଅଣ ଓଡିଆ ଅଫିସରଙ୍କୁ ଦାୟୀ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ କରିଥିଲେ । ଯାହାର ଜବାବ ରଖି କାମ ନଥିଲେ ଅଯଥା ତୃତୀୟ ମହଲାକୁ ଟାର୍ଗେଟ କରାଯାଉଛି ବୋଲି କହିଥିଲେ ନବୀନ । ତେବେ ନବୀନଙ୍କ ବୟାନ ଉପରେ ବୈଜୟନ୍ତ ମଧ୍ୟ ଟ୍ୱିଟ୍ କରି ଜବାବ ରଖିଛନ୍ତି ।

ବୈଜୟନ୍ତ ଓ ବିଜେଡି ଭିତରେ ଲାଗିରହିଥିବା ବିବାଦ ଭିତରେ ବିଜୁ ପଟ୍ଟନାୟକଙ୍କୁ ଟାଣିଛନ୍ତି ସାଂସଦ । ଏହାସହ ସେ କହିଛନ୍ତି, ବିଜୁ ବାବୁଙ୍କ ନିକଟରେ ମଧ୍ୟ କୌଣସି ପ୍ରସଙ୍ଗ ନଥିଲା ଯେତେବେଳେ ସେ ଦୁର୍ନୀତିଗସ୍ତ ଅଫିସରଙ୍କୁ ମାଡ ମାରିବାକୁ କହୁଥିଲେ । ତେବେ ଏସବୁ ଭିତରେ ବୈଜୟନ୍ତ-ବିଜେଡି ଭିତରେ ଛାୟାଯୁଦ୍ଧ ଆରମ୍ଭ ହୋଇଛି । ଯାହା ଉପରେ ପୂରା ରାଜ୍ୟର ନଜର ରହିଛି ।