ଫେସବୁକ ଦେବ ଖବର । ନିଜ ଅଂଚଳର ସମ୍ବାଦ ପାଇବେ ଉପଭୋକ୍ତା । ଅଧିକ ଲୋକପ୍ରିୟ କରାଇବା ପାଇଁ ଯୋଜନା

33

ଫେସବୁକ ନିଜର ୟୁଜର୍ସଙ୍କୁ ନୂଆ ଅନୁଭବ ଦେବାପାଇଁ ଉଦ୍ୟମ ଜାରିରଖିଛି । ଟେକ୍ନୋଲୋଜି ମାଷ୍ଟର ଫେସବୁକ ନିଜ ଆପରେ ନୂଆ ପରୀକ୍ଷା ନିରୀକ୍ଷା ଜାରି ରଖିଛି । ଫେସବୁକ ସ୍ଥାନୀୟ ଅଂଚଳର ଖବର,କାର୍ଯ୍ୟକ୍ରମ ଓ ବିଭିନ୍ନ ସୂଚନା ଆଦି ଖୁବଶୀଘ୍ର ନିଜ ଗ୍ରାହକଙ୍କୁ ଦେବ । ପରୀକ୍ଷାମୂଳକ ଭାବେ ବର୍ତମାନ ଆମେରିକାରେ ଛଅଟି ସହରରେ ଫେସବୁକ ଏଭଳି ଖବର ଦେଉଛି । ଏଥିପାଇଁ ‘ଟୁଡେ ଇନ’ ନାଁରେ ଏକନୂଆ ସେକ୍ସନ ଖୋଲାଯାଇଛି ।ଟୁଡେ ଇନ ଖୋଲିବା ପରେ ଗୋଟିଏ ସଫ୍ଟୱେର ଆପଣଙ୍କୁ ଲୋକାଲ ସମ୍ବାଦ ଦେବାରେ ସାହାଯ୍ୟ କରିବ ।

ଫେସବୁକ ସାମ୍ବାଦିକ ପ୍ରୋଜେକ୍ଟ ଅନୁସାରେ ଏହି ଆପ ଉପଭୋକ୍ତାଙ୍କୁ ନିଜ ଅଂଚଳରେ ଘଟୁଥିବା ଖବର ବିଷୟରେ ଅବଗତ କରାଇବ । ଏନେଇ ଗତବର୍ଷ ଜାନୁୟାରୀ ମାସରେ ଫେସବୁକ ପକ୍ଷରୁ ଘୋଷଣା କରାଯାଇଥିଲା ସ୍ଥାନୀୟ ନ୍ୟୁଜ ଏଜେନ୍ସି ସହଯୋଗରେ ଏହି ସଂସ୍ଥା ଖବର ଜଣାଇବ ।

ପୃଥିବୀର ସବୁଠାରୁ ଲୋକପ୍ରିୟ ସେସିଆଲ ମିଡିଆ ୱେବସାଇଟ ନିଜର ପୂର୍ବ ସ୍ଥିତିକୁ ଫେରିବାକୁ ଚାହୁଁଛି ବୋଲି ଫେସବୁକ ସିଇଓ ମାର୍କ ଜକରବର୍ଗ କହିଛନ୍ତି । ଖୁବଶୀଘ୍ର ଫେସବୁକ ପେଜରେ ବାଣିଜ୍ୟ ସମ୍ବନ୍ଧୀୟ ସୂଚନା, ଆଦି ସମ୍ବାଦ ଦେଖିବାକୁ ମିଳିବ । ଜକରବର୍ଗ କହିଛନ୍ତି, ପୂର୍ବରୁ ଫେସବୁକରେ ବିଭିନ୍ନ ଭିଡିଓ ଅପଲୋଡ କରି ଲୋକଙ୍କ ପାଖରେ ପହଂଚିଥିଲା ଏବେ ଲୋକଙ୍କୁ ନିଜ ଅଂଚଳର ଖବର ଜଣାଇ ଅଧିକ ଲୋକପ୍ରିୟ ହେବ ବୋଲି ସେ ଆଶା ରଖିଛନ୍ତି ।