ବିଗ୍ ଡିବେଟରେ ଦେଖନ୍ତୁ ‘ମହାନଦୀରେ ରାଜନୀତିର ମୁହାଣ’

25

ମହାନଦୀର ସୁଅ ଭିତରେ ଓଡିଶାରେ ଜନ୍ମ ନେବେକି ତୃତୀୟ ସାମୁଖ୍ୟ । ଛତିଶଗଡ ସରକାର ସହ ଲଢିବାକୁ ବିରୋଧି ରାଜନୈତିକ ଦଳ ଏକାଠି ହେବାପରେ ଏବେ ସାମୁଖ୍ୟ ଚର୍ଚା ଜୋର ଧରିଛି। ତେବେ ଏହି କଳ୍ପନା ଜଳ୍ପନାକୁ ଆହୁରି ଖୋରାକ ଯୋଗାଇଛି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଶାଣିତ ମନ୍ତବ୍ୟ । ସେ କହିଛନ୍ତି ଏବେ ପ୍ରସଙ୍ଗ ପାଇଁ ଏକାଠି ହୋଇଛୁ, ଆଗକୁ କଣ ହେବ କହି ହେବନି। ତେବେ ଏପରି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ବିଗ୍ ଡିବେଟରେ ଦେଖନ୍ତୁ ‘ମହାନଦୀରେ ରାଜନୀତିର ମୁହାଣ’ ।