ଶ୍ରମିକଙ୍କ ପୁଅ ଇସ୍ରୋ ବୈଜ୍ଞାନିକ ! ମଥୁରାରୁ ମହାକାଶ ବିଜ୍ଞାନୀ ଯାଏଁ କୃର୍ଷ୍ଣଙ୍କ ପ୍ରେରଣାଦାୟୀ କାହାଣୀ

41

ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ହିଁ ସଫଳତାର ଏକମାତ୍ର ଚାବିକାଠି । ଆଉ ଏହାକୁ ପାଥେୟ କରି ଜଣେ ସଫଳତାର ଶୀର୍ଷରେ ପହଞ୍ଚିପାରିବ । ଦୃଢ ଇଚ୍ଛାଶକ୍ତି ଆଗରେ ଅର୍ଥ କେବେ ବାଧକ ସାଜେନାହିଁ । ଆଉ ଏହାର ଏକ ନିଚ୍ଛକ ଉଦାହରଣ ହେଉଛନ୍ତି ମଥୁରାର ୨୪ ବର୍ଷିୟ କୃଷ୍ଣ ଗୋପାଳ । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ବା ଇସ୍ରୋରେ ବୈଜ୍ଞାନିକ ପଦ ପାଇଁ ଚୟନ ହେବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ଆସନ୍ତୁ ଜାଣିବା କୃର୍ଷ୍ଣ ଗୋପାଳଙ୍କ ବିଷୟରେ କିଛି କଥା ।

isro-prepare-IAS-Coachingଉତ୍ତର ପ୍ରଦେଶର ୨୪ ବର୍ଷିୟ କୃର୍ଷ୍ଣ ଗୋପାଳ । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ବା ଇସ୍ରୋରେ ବୈଜ୍ଞାନିକ ଭାବେ ଚୟନ ହେବା ପରେ ପୂରା ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି । ଏକ ମଧ୍ୟବିତ୍ତି ପରିବାରରୁ ଆସିଥିବା ଗୋପାଳ ସ୍କଲାରସିପ ସାହାଯ୍ୟରେ ଫେବୃଆରୀ ୨୦୧୭ରେ ଇସ୍ରୋର ବୈଜ୍ଞାନିକ ପଦ ପାଇଁ ପରୀକ୍ଷା ଦେଇଥିଲେ । ତିନି ଲକ୍ଷ ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ଗୋପାଳ ଏହି ସଫଳତା ହାସଲ କରିଛନ୍ତି ।

କିନ୍ତୁ ଏହି ସଫଳତା ପାଇବା ପାଇଁ ଗୋପାଳଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଛି । ଅର୍ଥାଭାବ ଯୋଗୁଁ ସରକାରୀ ସ୍କଲାରସିପ ଉପରେ ନିର୍ଭର କରୁଥିଲେ ଗୋପାଳ । କିନ୍ତୁ ଏହି ସମସ୍ୟାକୁ ମଧ୍ୟ ଦୂର କରିଥିଲେ ତାଙ୍କ ବାପା ପୂରନ ସିଂହ । ମଥୁରାର ରିଫାଇନାରୀ ଅଞ୍ଚଳରେ ଏକ ୱେଲଡିଙ୍ଗ ଶ୍ରମିକ ଭାବେ କାମ କରୁଥିବା ପୂରନ ସିଂ ପୁଅର ପଢାଖର୍ଚ୍ଚ ପାଇଁ ଦିନରାତି ଏକ କରିଦେଇଥିଲେ । ଯାହାର ଫଳ ତାଙ୍କୁ ଆଜି ମିଳିଛି ବୋଲି କହିଛନ୍ତି ପୂରନ ସିଂ । ଏହାସହ ତାଙ୍କ ପୁଅର ଛୋଟବେଳେ ରକେଟ ଉଡାଇବାର ସ୍ୱପ୍ନ ଥିଲା ଯାହା ଆଜି ପୂରଣ ହୋଇଛି ବୋଲି ସେ କହିଛନ୍ତି ।

ISROସ୍କୁଲ ପାଠ ପଢା ସମାପ୍ତ କରିବା ପରେ ଗୋପାଳ ମେକାନିକାଲ ଇଞ୍ଚିନିୟରିଙ୍ଗରେ ବି ଟେକ ପାଠପଢା ସମାପ୍ତ କରିଥିଲେ । ଏହାପରେ ଇସ୍ରୋରେ ବୈଜ୍ଞାନିକ ଭାବେ କାମ କରିବା ପାଇଁ ସ୍କଲାରସିପ ଦେଇଥିଲେ ଗୋପାଳ । ଆଉ ଆଶ୍ଚଯ୍ୟଜନକ ଭାବେ ପ୍ରଥମ ପ୍ରଚେଷ୍ଟାରେ ସଫଳ ମଧ୍ୟ ହେଲେ । ତିନି ଲକ୍ଷ ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ମାତ୍ର ୩୪ ଜଣ ଏହି ପଦ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ଆଉ ସେମାନଙ୍କ ମଧ୍ୟରେ ଗୋପାଳ ଥିଲେ ଜଣେ । ଆକାଶରେ ରକେଟ ଉଠାଇବା ତାଙ୍କର ଏକମାତ୍ର ସ୍ୱପ୍ନ ବୋଲି ଗୋପାଳ କହିଛନ୍ତି ।