ଗୋଆରେ ସାଇକେଲରେ ବୁଲୁଛନ୍ତି ସୋନିଆ ଗାନ୍ଧି! ଜାଣନ୍ତୁ କାହିଁକି

45

ଗୋଆରେ ଛୁଟି କାଟୁଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ।ଗୋଆରେ କିଛି ସର୍ମ୍ପକୀୟଙ୍କ ସହ ସୋନିଆ ସାଇକେଲ ଚଲାଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କଂଗ୍ରେସର ଅଧ୍ୟକ୍ଷ ପଦ ଛାଡିବା ପରେ ସୋନିଆଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଦୀର୍ଘ ୧୯ ବର୍ଷ ଧରି କଂଗ୍ରେସର ଅଧ୍ୟକ୍ଷ ପଦରେ ରହିଥିବାରୁ ଅଧିକାଂଶ ସମୟ ବ୍ୟସ୍ତ ରହୁଥିଲେ ସୋନିଆ । କିନ୍ତୁ ଏହି ଦାୟିତ୍ୱ ପୁଅ ରାହୁଲ ଗାନ୍ଧିଙ୍କୁ ଦେବା ପରେ ଏବେ ଛୁଟି କାଟିବାକୁ ଗୋଆରେ ପହଞ୍ଚିଛନ୍ତି ସୋନିଆ ।

sonia-cycle-story_647_122817022058ଗୁରବାର ସକାଳେ ସୋନିଆ ସାଇକେଲ ଚଲାଉଥିବାର ନଜରକୁ ଆସିଥିଲେ । ଏହି ସମୟରେ ବେଶ ରିଲାକ୍ସ ମୁଡରେ ଥିଲେ ସୋନିଆ । ତେବେ ସୋନିଆଙ୍କୁ ପାଖରେ ପାଇ ସ୍ଥାନୀୟ ଲୋକ ମଧ୍ୟ ସେଲଫି ନେବାର ସୁଯୋଗ ଆଦୌ ହାତଛଡା କରୁନଥିଲେ । ସୋନିଆ ମଧ୍ୟ ହସି ହସି ଲୋକଙ୍କ ସହ ସେଲଫି ନେଉଥିବାର ଦେଖାଯାଇଥିଲା । ସୂଚନା ଅନୁଯାୟୀ, ଖ୍ରୀଷ୍ଟମାସ ପରଦିନ ହିଁ ସୋନିଆ ଛୁଟି କାଟିବାକୁ ଗୋଆ ଆସିଥିଲେ । ଏକ ଲମ୍ବା ଛୁଟି ନେଇ ସୋନିଆ ଗୋଆରେ ପହଞ୍ଚିଛନ୍ତି । ସୋନିଆଙ୍କ ସହ ଝିଅ ପ୍ରିୟଙ୍କାଙ୍କୁ ମଧ୍ୟ ଗୋଆରେ ଦେଖିବାକୁ ମିଳିଛି ।

ଋାହୁଲ ଗାନ୍ଧି କଂଗ୍ରେସର ଦାୟିତ୍ୱ ଦେବା ପରେ ରାଜନୀତିରୁ ସମ୍ପୂର୍ଣ୍ଣ ଭାବେ ସନ୍ନ୍ୟାସ ନେବାକୁ ସୋନିଆ ଚିନ୍ତା କରୁଛନ୍ତି । ଏପରିକି କଂଗ୍ରେସର ୧୩୩ତମ ସ୍ଥାପନା ଦିବସରେ ମଧ୍ୟ ସୋନିଆଙ୍କୁ ଦେଖିବାକୁ ମିଳିନଥିଲା ।