ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘର ଆଗରେ ଛାତ୍ର କଂଗ୍ରେସର ବିକ୍ଷୋଭ ସହ ଟମୋଟୋ ମାଡ

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସରକାରୀ ଘର ଆଗରେ ଛାତ୍ର କଂଗ୍ରେସ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତଳିକା ଦାହ କରିଛନ୍ତି ଉତ୍ୟକ୍ତ ଛାତ୍ର । ଏହା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘର ଉପରକୁ ଟମୋଟୋ ମାଡ କରିବା ସହ ଧସେଇ ପଶିବାକୁ ଉଦ୍ୟମ ମଧ୍ୟ କରିଥିଲେ । ଫଳରେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁ ମୁହିଁ ହୋଇଥିଲା । ତେବେ ଏହି ଘଟଣାରେ ପୁଲିସ ୩୦ ଜଣ ଛାତ୍ରଙ୍କୁ ଅଟକ ରଖିଛି । ରାଜ୍ୟରେ ଡେଙ୍ଗୁ ସ୍ଥିତି ଅଣାୟତ ନେଇ ଏହି ବିକ୍ଷୋଭ କରିଛି ଛାତ୍ର କଂଗ୍ରେସ୍ ö