ଅନ୍ତର୍ଜାତୀୟ ଫୁଡ ଫେଷ୍ଟିଭାଲରେ ପ୍ରସ୍ତୁତ ହେଲା ୧୧ ଶହ କିଲୋର ଖେଚୁଡି : ବାବା ରାମଦେବ ଦେଲେ ଦେଶୀ ଘିଅ ଛୁଙ୍କ

33

କନକ ବ୍ୟୁରୋ : ନୂଆଦିଲ୍ଲୀର ୱାର୍ଲ୍ଡ ଫୁଡ୍ ଫେଷ୍ଟିଭାଲରେ ଖେଚୁଡି ପ୍ରସ୍ତୁତ କରାଯାଉଛି । ଏକ ହଜାରରୁ ଅଧିକ କିଲୋଗ୍ରାମର ଖେଚୁଡି କରି ବିଶ୍ୱ ରେକର୍ଡ କରିବାକୁ ଯୋଜନା ରଖାଯାଇଛି । ଏହା ପୂର୍ବରୁ ଖେଚୁଡିକୁ ଜାତୀୟ ଖାଦ୍ୟ ଭାବେ ଘୋଷିତ କରାଯିବାକୁ ଯୋଜନା କରାଯାଉଥିଲା । ଏହି ଖେଚୁଡିକୁ ଦେଶୀ ଘିଆରେ ଛୁଂକ ଦେଇଛନ୍ତି ବାବ ରାମଦେବ ।

ନୂଆଦିଲ୍ଲୀରେ ଶୁକ୍ରବାର ଆରମ୍ଭ ହୋଇଛି ୱାର୍ଲ୍ଡ ଫୁଡ୍ ଫେଷ୍ଟିଭାଲ । ଫେଷ୍ଟିଭାଲକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଫୁଡ ଫେଷ୍ଟିଭାଲରେ ଖେଚୁଡିକୁ ଦେଶର ସବୁଠୁ ଅଧିକ ପ୍ରିୟ ଖାଦ୍ୟ ଭାବେ ଉପସ୍ଥାପନ କରାଯାଇଛି । ଏଥିରେ ଭାଗ ନେବାକୁ ନୂଆଦିଲ୍ଲୀରେ ୭୦ଟି ଦେଶର ପ୍ରତିଯୋଗୀ ଅଛନ୍ତି । ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏଠାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଫେଷ୍ଟିଭାଲର ଉଦଯାପନୀ ଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାମିଲ ହେବେ । ଫେଷ୍ଟିଭାଲରେ ଭାରତୀୟ ଖାଦ୍ୟ ସହ ବିଦେଶୀ ଖାଦ୍ୟର ମଜା ନେଇପାରିବେ ଦେଶବାସୀ ।