ବିଶ୍ୱ ଏଡସ ଦିବସରେ ବଢିଲା ଚିନ୍ତା ! ୟୁନିସେଫର ଚମକାଇ ଦେଲା ଭଳି ରିପୋର୍ଟ,ରାଜ୍ୟରେ ୪୬ହଜାର ଏଡସ ଆକ୍ରାନ୍ତ 

ଶୀର୍ଷରେ ଗଂଜାମ ଜିଲ୍ଲା

234

କନକ ବ୍ୟୁରୋ : ଆଜି ବିଶ୍ୱ ଏଡସ ଦିବସ । ୧୯୮୮ରୁ ଡିସେମ୍ବର ୧ତାରିଖକୁ ପ୍ରତିବର୍ଷ ବିଶ୍ୱବ୍ୟାପୀ ଏହି ଦିବସ ଭାବେ ପାଳନ କରାଯାଉଛି । ଆଉ ବିଶ୍ୱ ଏଡସ ଦିବସରେ ସାମ୍ନାକୁ ଆସିଛି ଚମକାଇ ଦେଲା ଭଳି ତଥ୍ୟ । ୟୁନିସେଫ ରିପୋର୍ଟରୁ ଜଣାପଡିଛି, ଭାରତରେ ସର୍ବାଧିକ ଶିଶୁ ଓ କିଶୋର ଏଚଆଇଭି ଆକ୍ରାନ୍ତ । ଏପରିକି ଦକ୍ଷିଣ ଏସିଆରେ ଶିଶୁ ଓ କିଶୋରଙ୍କ କ୍ଷେତ୍ରରେ ଏଚଆଇଭି ସଂକ୍ରମଣ ଓ ଏଡସ ଜନିତ ସଙ୍କଟ ଉଦେବଗଜନକ ବୋଲି ରିପୋର୍ଟରେ କୁହାଯାଇଛି । ୟୁୂନିସେଫ ଚେତାଇ ଦେଇଛି ଯେ, ଯଦି ଏଚଆଇଭି ନିରାକରଣ ପାଇଁ ଉପଯୁକ୍ତ ପଦକ୍ଷେପ ନିଆନଯାଏ, ତେବେ ୨୦୩୦ ସୁଦ୍ଧା ଏହା ଅତି ଭୟଙ୍କର ରୂପ ନେବ ।

source : Zee News – India.com

ଏବଂ ପ୍ରତ୍ୟେକ ଦିନ ପାଖାପାଖି ୮୦ଜଣ କିଶୋର ଏଚଆଇଭି ଓ ଏଡସରେ ଜୀବନ ହରାଇବେ । ସେହିପରି ଏଡସ ଦିବସରେ ଓଡ଼ିଶାକୁ ନେଇ ଚମକାଇ ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟରେ ମୋଟ ୪୬ହଜାର ଏଡସ ଆକ୍ରାନ୍ତ ଥିବା ଜଣାପଡିଛି । ୨୦୦୨ରୁ ଚଳିତ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ହୋଇଥିବା ଏଡସ ଆକ୍ରାନ୍ତଙ୍କ ଭିତରେ ଆଗରେ ରହିଛି ଗଂଜାମ ଜିଲ୍ଲା । ଜିଲ୍ଲାରେ ୧୫ ହଜାର ୩୪ଜଣ ଏଡସ ଆକ୍ରାନ୍ତ ଥିବା ଜଣାପଡିଛି । ତେବେ ଆଶ୍ୱସ୍ତିର କଥା ହେଉଛି ରାଜ୍ୟରେ ପ୍ରତିବର୍ଷ ନୂତନ ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।