କନକ ବ୍ୟୁରୋ: ମଦବେପାରୀଙ୍କ ମୁହଁରେ କଳା । ଚୋରା ମଦ ବିକ୍ରି କରିବା ମହଙ୍ଗା ପଡିଛି ମଦ ବେପାରୀଙ୍କୁ । ମୁହଁରେ କଳା ବୋଳିବା ସହ ବେକରେ ଜୋତାମାଳ ପକାଇ ମଦବେପାରୀଙ୍କୁ ଗାଁ ଦାଣ୍ଡରେ ଚଲାଇଛନ୍ତି ମହିଳା । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଗଡହରିଶପୁର ଗାଁରେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଗାଁର ଝାନ୍ସୀ ରାଣୀ ମହିଳା ସଙ୍ଘର ସଦସ୍ୟାମାନେ କରିଥିଲେ ମଦ ବିରୋଧୀ ଆନ୍ଦୋଳନ । ଆଉ ଏହି ସମୟରେ ଗାଁରେ ଚୋରା ମଦ ବିକ୍ରି କରୁଥିବା ମହେଶ୍ୱର ଜେନାଙ୍କୁ ଟାର୍ଗେଟ୍ କରିଥିଲେ ମହିଳାମାନେ । ମହେଶ୍ୱରଙ୍କ ମୁହଁରେ କଳା ବୋଳିବା ସହ ବେକରେ ଜୋତାମାଳ ପକାଇ ଥିଲେ । ଆଉ ଏମିତି ଅବସ୍ଥାରେ ମଦବେପାରୀ ମହେଶ୍ୱର ଜେନାଙ୍କୁ ଗାଁ ଦାଣ୍ଡରେ ଚଳାଇ ଚଲାଇ ନେଇଥିଲେ ମହିଳାମାନେ ।