ବିଚିତ୍ର ଚିକିତ୍ସା ପଦ୍ଧତି ! ବ୍ରେନ୍ ଟ୍ୟୁମର ଅସ୍ତ୍ରୋପଚାର ସମୟରେ ସେକ୍ସୋଫୋନ୍ ବଜାଉଥିଲେ ରୋଗୀ

103

surgeryକନକ ବ୍ୟୁରୋ : ବିଭିନ୍ନ ମ୍ୟୁଜିକ୍ କନସର୍ଟରେ କଳାକାରଙ୍କୁ ସେକ୍ସୋଫୋନ୍ ବଜାଉଥିବାର ଦେଖିଥିବେ । କିନ୍ତୁ ହସ୍ପିଟାଲରେ ବାଜୁଥିବାର କେବେ ଶୁଣିଛନ୍ତି କି ? ତାହା ପୁଣି ଅପରେସନ୍ ଥିଏଟରରେ । ତେବେ ସେକ୍ସୋଫୋନ୍ ବଜାଉଥିବା ବ୍ୟକ୍ତି ଆଉ କେହି ନୁହଁନ୍ତି ବରଂ ନିଜେ ରୋଗୀ । ଜାଣି ଆଶ୍ଚର୍ଯ୍ୟ ହେବେ ଡାକ୍ତରମାନେ ଅପରେସନ୍ କରି ବ୍ରେନରୁ ଟ୍ୟୁମର୍ ବାହାରକରୁଥିବା ବେଳେ ରୋଗୀ ଜଣକ ସେକ୍ସୋଫୋନ୍ ବଜାଇଥିବାରେ ଥିଲେ ମସଗୁଲ୍ । ତେବେ ଏପରି କରିବାକୁ ଡାକ୍ତର ମାନେ ଅନୁମତି ଦେଇଥିଲେ । ଏଭଳି ବିଚିତ୍ର ଘଟଣା ଘଟିଛି ଆମେରିକାରେ ।

ଡାକ୍ତରଙ୍କ ଅନୁଯାୟୀ, ଟ୍ୟୁମରଟି ବ୍ରେନର ଏପରି ଏକ ସ୍ଥାନରେ ଥିଲା ଯେଉଁଠାରେ ସଙ୍ଗୀତ ସମ୍ବନ୍ଧିତ କ୍ଷମତା ନିୟନ୍ତ୍ରିତ ହୋଇଥାଏ । ନ୍ୟୁୟର୍କର ଏକ ସ୍କୁଲରେ ମ୍ୟୁଜିକ୍ ଶିକ୍ଷକ ଥିବା ଡେନ୍ ଫେବିଓ ହଠାତ୍ ଜାଣିବାକୁ ପାଇଥିଲେ ଯେ ସେ ବ୍ରେନ୍ ଟ୍ୟୁମରେ ପୀଡିତ । ତେବେ ଅପରେସନ୍ ହେଲେ ତାଙ୍କର ସଙ୍ଗୀତ କ୍ଷମତା ହରାଇବାର ଭୟ ଥିଲା । ତେଣୁ ଏହାକୁ ଆଖି ଆଗରେ ରଖି ବ୍ରେନ୍ ସ୍କାନିଂ ସମୟରେ ଫେବିୟୋଙ୍କ ମ୍ୟୁଜିକ୍ କ୍ଷମତା ଯାଂଚ୍ କରିବା ପାଇଁ ଏକ ସିରିଜ୍ ବିକଶିତ କରିଥିଲେ । ତେଣୁ ଏମଆରଆଇ ସମୟରେ ତାଙ୍କୁ ଗୀତ ଗୁଣୁ ଗୁଣାଇବାକୁ କହିଥିଲେ ଡାକ୍ତର ।

ଏହି ସମୟରେ ଫେବିୟୋଙ୍କ ମସ୍ତିସ୍କରେ ଅମ୍ଳଜାନ ସ୍ତରରେ ପରିବର୍ତ୍ତନ ନଜର ଆସିଥିଲା । ଆଉ ଏହି ଆଧାରରେ ସଙ୍ଗୀତ ସମୟରେ ମସ୍ତିସ୍କରେ ସକ୍ରିୟ ରହୁଥିବା ଅଂଶ ଜଣାପଡିଥିଲା । ତେଣୁ ଅପରେସନ୍ ସମୟରେ ଫେବିୟୋଙ୍କୁ ସେକ୍ସୋଫୋନ୍ ବଜାଇବାକୁ ନିର୍ଦ୍ଦେଶ ଦେଇଥିଲେ ଡାକ୍ତର । ତେବେ ଲମ୍ବା ବଦଳରେ ଛୋଟ ନୋଟ୍ସ ଆଧାରରେ ସେକ୍ସୋଫୋନ୍ ବଜାଇବାକୁ କହିଥିଲେ ଡାକ୍ତର । ଆଉ ଏପରି କରିବାର ଉଦ୍ଦେଶ୍ୟ ଥିଲା ମସ୍ତିସ୍କରେ ଅକ୍ସିଜେନର ମାତ୍ରା ସନ୍ତୁଳନ ରଖିବା । ଏହିପରି ଭାବରେ ଫେବିୟୋଙ୍କ ବ୍ରେନରୁ ଟ୍ୟୁମର୍ ବାହାର କରିବାରେ ସଫଳ ହୋଇଥିଲେ ଡାକ୍ତର ।

1500532572-guitar-surgery-1500534966ତେବେ ଅପରେସନ୍ ଥିଏଟରରେ ମ୍ୟୁଜିକ୍ ବଜାଇବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ବେଙ୍ଗାଲୁରୁରେ ସମାନ ଘଟଣା ସାମ୍ନାକୁ ଆସିଥିଲା । ଦୀର୍ଘ ୭ ଘଂଟା ଧରି ଏହି ସର୍ଜରୀ ଚାଲିଥିବା ବେଳେ ରୋଗୀ ଗୀଟାର ବଜାଇବା ଜାରି ରଖିଥିଲେ । କାରଣ ଏହି ମ୍ୟୁଜିସିଆନ୍ ତୁଷାର୍ ଡିଷ୍ଟୋନିଆ ନାମକ ରୋଗରେ ପୀଡିତ ଥିଲେ । ଯାହା ଦ୍ୱାରା ତାଙ୍କ ବାମ ହାତର ତିନିଟି ଅଙ୍ଗୁଳି କାମ କରୁନଥିଲା ।

ଏଥିପାଇଁ ମସ୍ତିଷ୍କର ଅପରେସନ୍ ଆବଶ୍ୟକ ଥିବା ବେଳେ, ଡାକ୍ତରମାନେ କାମ କରୁନଥିବା ସ୍ନାୟୁକୁ ଚିହ୍ନିବା ପାଇଁ ଏହି ଉପାୟଟି ଆପଣାଇଥିଲେ । ଗିଟାର ବଜାଇବା ସମୟରେ ହିଁ ତାଙ୍କୁ ସେହି ସ୍ଥାନରେ କଷ୍ଟ ଅନୁଭବ ହେଉଥିଲା । ଅନ୍ୟ ସମୟରେ କେଉଁଠି ଯନ୍ତ୍ରଣା ହେଉଛି ତାହା ଜଣାପଡ଼ୁନଥିଲା । ଗିଟାର ବଜାଇବା ସମୟରେ ହିଁ ଯନ୍ତଣା ଅନୁଭବ କରୁଥିଲେ ତୁଷାର । ପ୍ରାୟ ଏକ କିମ୍ବା ଦେଢ଼ ବର୍ଷ ପୂର୍ବରୁ ପ୍ରଥମ ଥର ପାଇଁ ତାଙ୍କୁ ଏପରି ଯନ୍ତ୍ରଣା ଅନୁଭବ ହୋଇଥିଲା ।

ଏଥିପାଇଁ ମେଡ଼ିକାଲରେ ତାଙ୍କର ଚିକିତ୍ସା ଚାଲୁଥିଲା । ଏହି ଯନ୍ତ୍ରଣାରୁ ମୁକ୍ତି ପଇିବା ପାଇଁ ପ୍ରାୟ ୭ ଘଣ୍ଟାର ଅସ୍ତ୍ରୋପଚାର କରାଯାଇଥିଲା । ଡାକ୍ତର ନିଶ୍ଚେତକ ଦେଇ ତାଙ୍କ ମୁଣ୍ଡରେ ୧୪ ମିମି ପର୍ଯ୍ୟନ୍ତ କଣା କରିଥିଲେ କି ଯଦ୍ୱାରା ଜଣାପଡ଼ିବ କେଉଁ ସ୍ଥାନରେ ଯନ୍ତ୍ରଣା ହେଉଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଡ଼ାକ୍ତରଙ୍କ ସାହାଯ୍ୟ ପାଇଁ ସେ ଅପରେସନ ଟେବୁଲରେ ତୁଷାର ଗିଟାର ବଜାଇଥିଲେ । ନ୍ୟୁରୋଲୋଜିଷ୍ଟ ସଞ୍ଜୀବ କହିଥିଲେ ଅସ୍ତ୍ରୋପଚାର ସମୟରେ ସାହାଯ୍ୟ ହେବା ପାଇଁ ଆମେ ରୋଗୀକୁ ଗିଟାର ବଜାଇବା ପାଇଁ ଅନୁମତି ଦେଇଥିଲୁ । ଏବେ ତୁଷୋର ସମ୍ପୁର୍ଣ୍ଣ ସୁସ୍ଥ ଥିବା ପ୍ରକାଶ କରିଛନ୍ତି । ଏହାସହ ଆଉ ମାତ୍ର ୩ ଦିନ ପରେ ସେ ଗିଟାର ବଜାଇବା ପାଇଁ ସକ୍ଷମ ହେବେ ବୋଲି ମଧ୍ୟ କହିଛନ୍ତି ।