କନକ ବ୍ୟୁରୋ : କଟକରେ ଜଣେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା । ମଧୁପାଟଣା ଥାନା ଅନ୍ତର୍ଗତ ପଂଚମୁଖୀ ହନୁମାନ ମନ୍ଦିର ନିକଟରେ ସେ ହାତରେ ଇଂଜେକସନ ଫୋଡି ହୋଇ ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ଫାର୍ମାକୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ସସ୍ମିତା ବିଶ୍ୱାଳ । ସେ ଗତକାଲି ଅପରାହ୍ନ ୪ଟାରେ ଏଭଳି ଢଙ୍ଗରେ ଆତ୍ମହତ୍ୟା କରିବା ଆଲୋଡନ ସୃଷ୍ଟି କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ମାନସିକ ସମସ୍ୟା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ଛାନଭିନରୁ ଜଣାପଡିଛି । ଘଟଣାସ୍ଥଳରୁ ପୋଲିସ ଏକ କଳା ରଙ୍ଗର ବ୍ୟାଗ ଓ ଇଂଜେକସନ ଜବତ କରିଛି । ଜବତ ବ୍ୟାଗରେ ଔଷଧ ଓ ବିଭିନ୍ନ କାଗଜପତ୍ର ଥିବା ଜଣାପଡିଛି । କଟକ ବଡମେଡିକାଲର ଫାର୍ମାକୋଲୋଜି ବିଭାଗର ଆସିଷ୍ଟାଂଟ ପ୍ରଫେସର ଭାବେ ସସ୍ମିତା କାର୍ଯ୍ୟ କରୁଥିଲେ ।
ତେବେ ୨୦୧୫ରେ ଆସୋସିଏଟ ପ୍ରଫେସର ଭାବେ ପଦୋନ୍ନତି ପାଇ ବୁର୍ଲାକୁ ବଦଳି ହୋଇଥିଲା । ମାନସିକ ରୋଗରେ ଆକ୍ରାନ୍ତ ହେବାରୁ ୩ ଦିନ ତଳେ ସେ ବଡ ମେଡିକାଲକୁ ଆସି ଚିକିତ୍ସିତ ହେଉଥିଲେ ।