୪ ବର୍ଷ ହେଲା ଶୋଇନାହାଁନ୍ତି । ଛୁଟି କାଟି ଫେରିବା ପରେ ମହିଳାଙ୍କୁ ନିଦ ହେଉନି ।

301

କନକ ବ୍ୟୁରୋ: କୁହାଯାଏ ଶରୀରକୁ ସୁସ୍ଥ ରଖିବାକୁ ହେଲେ ୬ରୁ ୭ ଘଣ୍ଟା ଶୋଇବା ନିହାତି ଜରୁରୀ । ଆଉ ଏଇ ନିଦ ଠିକ ଭାବେ ନହେଲେ ଅସୁସ୍ଥ ଲାଗେ । ତେବେ ଏପରି ଜଣେ ମହିଳା ଅଛନ୍ତି ଯିଏ କି କଠିନ ପରିଶ୍ରମ କରିବା ପରେ ବି ତାଙ୍କୁ ନିଦ ହେଉନାହିଁ । ଦୀର୍ଘ ୪ ବର୍ଷ ହେବ ସେ ଅନିଦ୍ରାରେ ରାତି କାଟୁଛନ୍ତି ।

ଏହି ମହିଳା ଜଣକ ହେଉଛନ୍ତି ପୋଲାଣ୍ଡର ୩୯ ବର୍ଷିୟା ମାଲଗୋରଜାଟା ସ୍ଲିୱିନସ୍କା । ଗତ ୪ ବର୍ଷ ହେବ ତାଙ୍କ ଆଖିକୁ ନିଦ ନାହିଁ । କାରଣ ସେ ଏକ ଅଜବ ରୋଗରେ ଆକ୍ରାନ୍ତ, ଯାହାର ନାଁ ହେଉଛି ସୋମନିଫୋବିଆ ।ଏହି ରୋଗ ଯୋଗୁଁ ଡାକ୍ତରଙ୍କ ଆଖିରେ ଯନ୍ତ୍ରଣା ହେଉଥିବାରୁ ସେ ଶୋଇ ପାରୁନାହାଁନ୍ତି । ଏଥିଯୋଗୁଁ ତାଙ୍କର ଶର୍ଟ ଟର୍ମ ମେମୋରି ପ୍ରଭାବିତ ହୋଇଛି ।
ମାଲଗୋଜାଟା ୨୦୧୭ରେ ସ୍ପେନକୁ ଛୁଟି କାଟିବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ତାଙ୍କର ଏପରି ରୋଗ ସାମ୍ନାକୁ ଆସିଛି । ୪ ବର୍ଷ ପରେ ସେ ଏହି ରୋଗ ବିଷୟରେ ଜାଣିବାକୁ ପାଇଲେ । ଏବେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇ ସପ୍ତାହକୁ ୨ରୁ ୩ ଦିନ ଶୋଇପାରୁଛନ୍ତି । ଏହାସହ ସେ ଯଥେଷ୍ଟ ଯୋଗ ବ୍ୟାୟାମ କରିବା ସହ ପାର୍ଟଟାଇମ ଜବ୍ କରୁଛନ୍ତି ।