ପରିବାର ପାଇଁ ସମୟ ଦେଇପାରିଲେ ନାହିଁ ବୋଲି.. ମହିଳା କନଷ୍ଟେବଳଙ୍କୁ ହତ୍ୟା କଲେ ସ୍ୱାମୀ ।

489

କନକ ବ୍ୟୁରୋ: ପୁଲିସ ଚାକିରିର ବ୍ୟସ୍ତତା ଯୋଗୁଁ ଘର ପରିବାରକୁ ସମୟ ଦେଇ ପାରୁନଥିଲେ । ଏହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିବାବେଳେ ଏହି କଳି ଉଗ୍ରରୂପ ନେଇଥିଲା । ରାଗିଯାଇ ମହିଳା କନଷ୍ଟେବଳଙ୍କୁ ହତ୍ୟା କଲେ ସ୍ୱାମୀ । ଏପରି ଘଟଣା ଘଟିଛି ପାଟଣା ଜଙ୍କସନର ଏକ ହେଟେଲରେ ।

ପୁଲିସର ପ୍ରାଥମିକ ତଦନ୍ତ ମୁତାବକ, ଟ୍ରେନିଂରେ ଥିବା ମହିଳା କନଷ୍ଟେବଳ ଶୋଭା କୁମାରୀ ବିବାହ ପୂର୍ବରୁ ସ୍ୱାମୀଙ୍କ ଦ୍ୱାରା ପରିଚାଳିତ ଏକ କୋଚିଙ୍ଗ କ୍ଲାସରେ କୋଚିଙ୍ଗ ନେଉଥିଲେ । ସେଠାରେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଥିଲା ଏବଂ ଦୁହେଁ ବିବାହ କରିଥିଲେ । ଦୁହିଁଙ୍କ ବିବାହକୁ ୬ ବର୍ଷ ହେଲାଣି । ସେମାନଙ୍କର କନ୍ୟା ସନ୍ତାନ ଅଛି । କିନ୍ତୁ କିଛି ମାସ ପୂର୍ବରୁ ଶୋଭାଙ୍କର ପୁଲିସ ବିଭାଗରେ ନିଯୁକ୍ତି ହେବାରୁ ସେ ଟ୍ରେନିଂରେ ଜଏନ କଲେ । କିନ୍ତୁ ପରିବାରକୁ ପୂର୍ବଭଳି ସମୟ ଦେଇପାରିଲେ ନାହିଁ । ଏହାକୁ ନେଇ ସ୍ୱାମୀ , ସ୍ତ୍ରୀଙ୍କ ମଧ୍ୟରେ ବଚସା ହୁଏ କିନ୍ତୁ ଘଟଣ।। ଦିନ ବଚସା ଉଗ୍ର ରୂପ ନେଇଥିଲା । ପାଟଣା ଜଙ୍କସନ୍ ନିକଟ ଏକ ହୋଟେଲରେ ସ୍ୱାମୀ ଏକ ହୋଟେଲ ବୁକ କରିଥିବାବେଳେ ଶୋଭା ସେଠାକୁ ଯାଇଥିଲେ ଏବଂ ଦୁଇ ଜଣଙ୍କ ମଧ୍ୟରେ ଏହି କଥାକୁ ନେଇ ଯୁକ୍ତ ହେବାରୁ ଶୋଭାଙ୍କୁ ହତ୍ୟା କରିଥିଲେ ସ୍ୱାମୀ ।

୩ ଦିନ ନାକେଦମ୍ ହେବାପରେ ହତ୍ୟା କରି ଫେରାର ହୋଇଥିବା ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିଲା ପୁଲିସ । ଏବଂ ଘଟଣାର ଯାଞ୍ଚ ଆରମ୍ଭ କରିଛି । ତେବେ ଶୋଭା ସେଠାକୁ କାହିଁକି ଯାଇଥିଲା ତା’ର କାରଣ ମଧ୍ୟ ଖୋଜୁଛି ପୁଲିସ ।