କଂଗ୍ରେସରେ ମିଶିବେ କି ହରଭଜନ ସିଂ? ସିଦ୍ଧୁଙ୍କ ପୋଷ୍ଟ ବଢାଇଲା ଚର୍ଚ୍ଚା

87

କନକ ବ୍ୟୁରୋ: ପଞ୍ଜାବ ରାଜନୀତିରେ ହଟଚମଟ ଭିତରେ ଏବେ ପୁଣି ଏକ ନୂଆ ବିଷ୍ୟ ସାମ୍ନାକୁ ଆସିଛି । ଯାହା ରାଜନୀତିର ଏହି ମାହୋଲକୁ ପୁଣି ଉଷ୍ମ କରିଦେଇଛି । ପଞ୍ଜାବର କଂଗ୍ରେସ ନେତା ନବଜ୍ୟୋତ ସିଦ୍ଧୁ ହରଭଜନ ସିଂଙ୍କ ସହ ଏକ ଫଟୋ ସୋସିଆଲମିଡିଆରେ ପୋଷ୍ଟ କରିଥିଲେ । ଆଉ ଏଥିରେ ସେ ଲେଖିଛନ୍ତି ଏହି ଫଟୋ ସମ୍ଭାବନାରେ ଭରି ହେଇ ରହିଛି । ଯାହା ଏବେ ବେଶ ଚର୍ଚ୍ଚା ସୃଷ୍ଟି କରିଛି ।

ନିକଟରେ ହରଭଜନ ସିଂ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଏନେଇ ସେ ନିଜେ ଟ୍ୱିଟ କରି ଏହାକୁ ଗୁଜବ ଖବର ବୋଲି କହିଥିଲେ । ସୂଚନା ଅନୁସାରେ କଂଗ୍ରେସ ଜଳନ୍ଧରର ଯେକୌଣସି ନିର୍ବାଚନ ମଣ୍ଡଳୀରୁ ହରଭଜନଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି । ହେଲେ ହରଭଜନଙ୍କ କରଫରୁ ଏଯାଏଁ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।