ପରଦାକୁ ଫେରିବେ କି ଅନୁଭବ ମହାନ୍ତି? ରାଜନୀତି କ୍ୟାରିୟରରେ ବ୍ୟସ୍ତ ଥିବା ଅନୁଭବ କହିଲେ ମନର କଥା

କହିଲେ, ମୁଖ୍ୟମନ୍ତ୍ରୀ କିମ୍ବା କେନ୍ଦ୍ରାପଡାବାସୀ ଚାହିଁଲେ ପୁଣି ଫେରିବି ଚଳଚ୍ଚିତ୍ର ଜଗତକୁ

1,097

କନକ ବ୍ୟୁରୋ: ଚଳଚ୍ଚିତ୍ର ଜଗତକୁ ଫେରିବେ କି ଓଲିଉଡ ଅଭିନେତା ଅନୁଭବ ମହାନ୍ତି । ଦୀର୍ଘ ଦିନରୁ ନିଜର ରାଜନୀତି କ୍ୟାରିୟର ପାଇଁ ବ୍ୟସ୍ତ ଥିବା ଅନୁଭବ ଚଳଚ୍ଚିତ୍ର ଜଗତରୁ ଦୂରେଇ ରହିଛନ୍ତି । ନିକଟରେ ‘ଆକ୍ସ ଅନୁଭବ’ ନାମକ ଏକ ଅନଲାଇନ ସାକ୍ଷାତକାରରେ ଅନୁଭବ କହିଛନ୍ତି ଯେ, ଯଦି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରାପଡା ବାସୀ ଚାହିଁବେ ତାହେଲେ ସେ ଫିଲ୍ମ ଜଗତକୁ ଫେରିବେ । ସେ ଫିଲ୍ମ କରିବେ କି ନ କରିବେ ତାହା ଭୋଟରଙ୍କ ଉପରେ ନିର୍ଭର କରେ । ତେବେ କେନ୍ଦ୍ରାପଡାବାସୀ ଯଦି କହିବେ ଫିଲ୍ମ କରିବି ଓ ସେଥିପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ନେବେ ବୋଲି କହିଛନ୍ତି ଅନୁଭବ ।

ସାଧାରଣ ନିର୍ବାଚନରେ ବିଜେଡି ଟିକେଟରୁ ଲଢି ସେ କେନ୍ଦ୍ରାପଡା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ଅନୁଭବ ମହାନ୍ତି । ବିପୁଳ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ପରାସ୍ତ କରି ବିଜୟର ମୁକୁଟ ପିନ୍ଧିଥିଲେ ଅନୁଭବ । ଅନୁଭବଙ୍କ ଲୋକପ୍ରିୟତା ଆଗରେ କାମ କରିନଥିଲା ବିଜେଡିରୁ ବହିଷ୍କୃତ ବୈଜୟନ୍ତ ପଣ୍ଡାଙ୍କ ଅଙ୍କକଷା ଆଉ ବୈଜୟନ୍ତଙ୍କୁ ପ୍ରତ୍ୟାଖାନ କରି ଅନୁଭବଙ୍କୁ ସମର୍ଥନ ଜଣାଇଥିଲେ କେନ୍ଦ୍ରାପଡାବାସୀ ।