ବଲାଙ୍ଗୀରରେ ତପସ୍ୱିନୀ ଘଟଣାର ପୁନରାବୃତ୍ତି : ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ସ୍ତ୍ରୀ ଲୋପାମୁଦ୍ରାଙ୍କ ଧାରଣା

210

କନକ ବ୍ୟୁରୋ : ବଲାଙ୍ଗୀରରେ ତପସ୍ୱିନୀ ଘଟଣାର ପୁନରାବୃତ୍ତି । ଟିକ୍ରପଡାରେ ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣା ଦେଇଛନ୍ତି ସ୍ତ୍ରୀ ଲୋପାମୁଦ୍ରା ମିଶ୍ର । ଖବର ଅନୁସାରେ, ଟିକ୍ରପଡାରେ ବାସୁଦେବ ମିଶ୍ର ଓ ତାଙ୍କ ସ୍ତ୍ରୀ ଲୋପାମୁଦ୍ରାଙ୍କ ମଧ୍ୟରେ ୨୦୧୮ ମସିହାରେ କୌଣସି କାରଣକୁ ନେଇ ବିବାଦ ଦେଖାଦେଇଥିଲା । ଏହାପରେ ଲୋପାମୁଦ୍ରା ନିଜ ବାପ ଘର ସମ୍ବଲପୁରକୁ ଯାଇଥିଲେ । ଏବେ ଛାଡପତ୍ର ପାଇଁ କୋର୍ଟରେ ମାମଲା ଚାଲିଛି ।

ଏହି ସମୟରେ ହଠାତ ସ୍ୱାମୀଙ୍କ ଘର ଆଗରେ ଧାରଣା ଦେବା ଆରମ୍ଭ କରିଛନ୍ତି ଲୋପାମୁଦ୍ରା । ଲୋପାମୁଦ୍ରା ସମ୍ବଲପୁରରୁ ଆସି ଗତ କିଛି ମାସ ହେଲା ବଲାଙ୍ଗିରରେ ରହୁଥିଲେ । ଘର ମାଲିକ ଘରୁ ବାହାର କରିଦେବାରୁ ସ୍ୱାମୀଙ୍କ ସହିତ ରହିବା ପାଇ ଜିଦ କରି ଲୋପାମୁଦ୍ରା ଧାରଣାରେ ବସିଛନ୍ତି । ସଖି ସେଂଟର ପକ୍ଷରୁ ମାମଲାର ସମାଧାନ ପାଇଁ ଉଦ୍ୟମ ହୋଇଥିଲେ ବି ଏହା ସଫଳ ହୋଇନାହିଁ । ସାଙ୍ଗରେ ଏକ ସାତବର୍ଷର ପୁଅକୁ ଧରି ରାତିସାରା ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତ ଲୋପାମୁଦ୍ରା ।