ଏଥର ଅମିତ ଶାହଙ୍କ ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ? ଚାଣକ୍ୟଙ୍କ ଗସ୍ତରେ ବଦଳିବ କି ବିଜେପିର ରଣନୀତି?

123

କନକ ବ୍ୟୁରୋ: ଦୀର୍ଘଦିନ ପରେ ଓଡିଶା ଆସୁଛନ୍ତି ବିଜେପିର ଚାଣକ୍ୟ । ଏହାକୁ ନେଇ ରାଜ୍ୟ ବିଜେପି ଉତ୍ସାହିତ । ଦେଶର ଗୃହମନ୍ତ୍ରୀ ରାଜ୍ୟ ବିଜେପି ଅଫିସକୁ ଆସିବେ । ପଦାଧିକାରୀଙ୍କୁ ଗୁରୁମନ୍ତ୍ର ଦେବେ । ବିଭିନ୍ନ ସମୟରେ ବିଜେପି-ବିଜେଡିର ଭିତିରି ସମ୍ପର୍କ କଥା ଚର୍ଚ୍ଚା ହେଉଥିବାବେଳେ ଅଳ୍ପ ସମୟ ପାଇଁ ହେଲେ ବି ଚାଣକ୍ୟଙ୍କ ଗୁରୁମନ୍ତ୍ର ଦଳୀୟ କର୍ମୀଙ୍କୁ ମନୋବଳ ବଢାଇବ ବୋଲି ଚର୍ଚ୍ଚା ହେଉଛି ।

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା, ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ହେବା ଓ ପିଏମ ଆବାସ ଯୋଜନାରୁ ନେଇ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ବିଜେଡି ପ୍ରତି ରାଜ୍ୟ ବିଜେପିର ଆଭିମୁଖ୍ୟ ବଦଳୁଥିବା ସଙ୍କେତ ଦେଇଛି । ତେଣୁ ବିଜେପି କର୍ମୀଙ୍କ ଆଶା ରହିଛି ଅମିତ ଶାହ ଯଦି ଏହି ସଙ୍କେତକୁ ବଳ ଯୋଗାନ୍ତି ତେବେ ହୁଏତ ଆଗକୁ ଅନେକ କିଛି ଘଟିପାରେ ।

ମୋଦି ସୋମବାରଦିନ ପ୍ରଜାତନ୍ତ୍ରର ୭୫ତମ ସମାରୋହରେ ଯୋଗଦେବେ । ଏହି ସମ୍ବାଦପତ୍ର ବିଜେଡି ସାଂସଦ ଭର୍ତୃହରି ମହତାବଙ୍କ ଦ୍ୱାରା ପରିଚାଳିତ ହେଉଛି । ଏଥିରେ ମୁଖ୍ୟମନ୍ତ୍ରୀ ବି ସାମିଲ ହେବେ । ବିଭିନ୍ନ ସମୟରେ ଭର୍ତୃହରି ତାଙ୍କ ଖବରକାଗଜରେ ବିଜେଡିକୁ ସମାଲୋଚନା କରିବାର ଉଦାହରଣ ରହିଛି । ତେଣୁ ବିଜେଡି ସାଂସଦଙ୍କ କାର୍ଯ୍ୟକ୍ରମରେ ଅମିତ ଶାହଙ୍କ ଭଳି ନେତା ଯୋଗଦେବା ହିଁ ଭିନ୍ନ ସଙ୍କେତ ଦେଉଛି ବୋଲି ଚର୍ଚ୍ଚା ହେଉଛି । ଆଉ ଅମିତ ଶାହଙ୍କ ଗସ୍ତ ନେଇ କଂଗ୍ରେସ ଦୁଇ ଦଳର ଅଘୋଷିତ ମେଂଟ କଥା କହିଥିବାବେଳେ ବିଜେଡି ଓ ବିଜେପି କିନ୍ତୁ ପରଷ୍ପରର ପ୍ରତିନ୍ଦ୍ୱନ୍ଦୀ ବୋଲି ପ୍ରକାଶ କରିଛନ୍ତି ।

ଶାହା, ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ଜୀବନର ୨୦ ବର୍ଷକୁ ନେଇ ଲିଖିତ ପୁସ୍ତକ ମୋଦି ଆଟ୍ ଟ୍ୱେଂଟିର ବୁକ ରିଡିଂ କାର୍ଯ୍ୟକ୍ରମରେ ଯୋଗଦେବେ । ମୋଦି ବିଜେପିର ଚେହେରା ହେଲେ ବି ଅମିତ ଶାହା ହେଉଛନ୍ତ ବିଜେପିର ରଣନୀତିକାର । ତେଣୁ ତାଙ୍କର ରଣନୀତ ଉପରେ ରାଜ୍ୟ ନେତାଙ୍କ ଅଗାଢ ବିଶ୍ୱାସ ରହିଛି ।