ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ, ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ କହିଲେ ଏଭଳି କଥା

184

କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ଦୁଷ୍କର୍ମ ଉପରେ ଦେଇଥିବା ବୟାନକୁ ନେଇ ଏବେ ରାଜନୀତି ଜୋର ଧରିଛ ିା ସେ କହିଥିଲେ କି ଯେବେଠାରୁ ଦୁଷ୍କର୍ମ ଅଭିଯୁକ୍ତଙ୍କ ପାଇଁ ଫାଶୀ ଦଣ୍ଡାଦେଶ ଆସିଲା ତା ପରେ ଦୁଷ୍କର୍ମ ଓ ଯୌନ ଉତ୍ପୀଡନ ମାମଲାରେ ହତ୍ୟା ବଢିଛି । ଗେହଲଟଙ୍କ ଏଭଳି ବୟାନ ପରେ ବେଜେପି ନେତାମାନେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କହିରଖୁ କି ଶୁକ୍ରବାର ଦିନ କଂଗ୍ରେସ ପକ୍ଷରୁ ଦରବୃଦ୍ଧିକୁ ନେଇ କରାଯାଉଥିବା ପ୍ରଦର୍ଶନ ବେଳେ ଏଭଳି ମନ୍ତବ୍ୟ ଦେଇଥିଲେ ।

ଦିଲ୍ଲୀ ମହିଳା ଆୟୋଗର ପ୍ରମୁଖ ସ୍ୱାତୀ ଜୟହିନ୍ଦ ଏକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳିଛି କି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହୁଛନ୍ତି କି ‘ନିର୍ଭୟା କାଣ୍ଡ ପରେ ଦୋଷୀମାନଙ୍କୁ ଫାଶୀ ଦିଆଯାଇଥିଲା, ହେଲେ ଏହାପରେ ଦୁଷ୍କର୍ମକାରୀମାନେ ଦୁଷ୍କର୍ମ ପରେ ହତ୍ୟା କରିବା ମାମଲା ବୃଦ୍ଧି ପାଇଛି , ଏହାସହ ସେ କହିଛନ୍ତି କି ଦୁଷ୍କର୍ମକାରୀମାନେ ସେମାନଙ୍କ ବିରୋଧରେ ପ୍ରମାଣ ନଷ୍ଟ କରିବାକୁ ଏଭଳି କରୁଛନ୍ତି । ’ ଏହା ଏକ ବିପଦଜନକ ପ୍ରବୃତ୍ତି ବୋଲି ଅଶୋକ ଗେହଲଟ କହିଛନ୍ତି ।

ସେପଟେ ବିରୋଧୀଦଳମାନେ ଅଶୋକ ବୟାନକୁ ନେଇ ଟାର୍ଗେଟ କରିବା ପରେ ଏହା ଉପରେ ସଫେଇ ଦେଇଛନ୍ତି ଗେହଲଟ । ସେ କହିଛନ୍ତି କି, ବଳାକ୍ରାରୀଙ୍କୁ ଲାଗୁଛି କି ପୀଡିତା ସେମାନଙ୍କ ବିରୋଧରେ ସାକ୍ଷୀ ହୋଇପାରେ । ଫଳରେ ସେମାନେ ପୀଡିତାଙ୍କୁ ହତ୍ୟାକରି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଥିବା କଥା ସେ (ଅଶୋକ ଗେହଲଟ) କହିଛନ୍ତି ।

ଗେହଲଟଙ୍କ ଏଭଳି ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ପ୍ରବକ୍ତା ଶାହାଜାଦ ପୁନାୱାଲା । ଏହି ବୟାନ ପରେ କାହିଁକି ପ୍ରିୟଙ୍କା ଗାନ୍ଧୀ ଚୁପ୍ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ପୁନାୱାଲା କଂଗ୍ରେସ ପାର୍ଟିର ମାନସିକତାକୁ ଦୋଷୀ ବୋଲି କହିଛନ୍ତି ।