କେମିତି ସୁରକ୍ଷିତ ଭାବେ ଉଦ୍ଧାର ହେବ ରାହୁଲ ? ଭିଏଲସି କ୍ୟାମେରା ସହ ଏନଡିଆରଏଫ୍ ଟିମ୍ ପ୍ରସ୍ତୁତ

244

କନକ ବ୍ୟୁରୋ : ଅପରେସନ ରାହୁଲ । ଉଦ୍ଧାର ପାଇଁ ଭିଏଲସି କ୍ୟାମେରା ବ୍ୟବହାର ହେବ । ଛତିଶଗଡ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଭିଏଲସି ହେଉଛି ଭିକ୍ଟିମ୍ ଲୋକେସନ୍ କ୍ୟାମେରା । ଏହି କ୍ୟାମେରା ଫଳରେ ରାହୁଲର ବର୍ତ୍ତମାନ ସ୍ଥିତି ଜଣାପଡିବ । ସ୍ୱତନ୍ତ୍ର କ୍ୟାମେରାରେ ଚଟାଣ ଆରପଟକୁ ଥିବା ଶବ୍ଦକୁ ଶୁଣିହେବ । କ୍ୟାମେରା ଶବ୍ଦକୁ ଶୁଣି ଉଦ୍ଧାରକାର୍ଯ୍ୟ ଜୋରଦାର କରାଯିବ । ଭିଏଲସି କ୍ୟାମେରା ସହ ଏନଡିଆରଏଫ୍ ଟିମ୍ ପ୍ରସ୍ତୁତ ହେଉଛନ୍ତି । କେମିତି ସୁରକ୍ଷିତ ଭାବେ ରାହୁଲଙ୍କୁ ଉଦ୍ଧାର କରାଯିବା ସେ ଉପରେ ଗୁରୁତ୍ୱ ଦିଆଯାଉଛି ।

ସେପଟେ, ଟନେଲ୍ ଭିତରେ ରାହୁଲର ସ୍ୱାସ୍ଥ୍ୟାବସ୍ଥା ବିଗୁଡୁଛି । ଆସନ୍ତାକାଲିଠୁ ଆଉ ଔଷଧ ଖାଉନାହିଁ । ଆଜି ସକାଳୁ ଖାଦ୍ୟ ମଧ୍ୟ ଖାଇନାହିଁ । ଖାଦ୍ୟ ପଠାଯାଇଥିଲେ ସୁଦ୍ଧା ରାହୁଲ ହାତ ଉଠାଇ ସଂଗ୍ରହ କରିପାରି ନାହିଁ । ଔଷଧ ଖାଇନଥିବାରୁ ସଂକ୍ରମଣର ଭୟ ରହିଛି । ବିପରୀତ ଦିଗକୁ ବୁଲି ଯାଇଥିବାରୁ ସମସ୍ୟା ଉପୁଜିଛି । ଆଉ କିଛି ସମୟରେ ପରେ ଉଦ୍ଧାରକାରୀ ଦଳ ରାହୁଲ ପାଖରେ ପହଞ୍ଚିବ । ଖୁବ୍ ନିକଟରେ ଉଦ୍ଧାରକାରୀ ଦଳ ରହିଥିବା ସୂଚନା ମିଳିଛି । ଟନେଲ୍ ସହ ସମାନ୍ତରାଳ ଭାବେ ସୁଡଙ୍ଗ ଖୋଳା ଯାଉଛି । ସୁଡଙ୍ଗରେ ପଥର ଚଟାଣକୁ ଉଦ୍ଧାରକାରୀ ଦଳ ଖୋଳୁଛନ୍ତି ।