ଯିଦରେ ଅଟଳ ବିଜେଡି : ଚାଉଳ ପାଇଁ ସାରା ରାଜ୍ୟରେ ବିକ୍ଷୋଭ

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜନୀତିର ଗହନ କଥା । ଗହମକୁ ନେଇ ଗର୍ଜିଲା ବିଜେଡି । ରାଜଧାନୀରୁ ରାଉରକେଲା ସବୁଠି ହେଲା ଆନ୍ଦୋଦାଳନ । ନେତା ଧରିଲେ ମଙ୍ଗ ଆଉ ମନଇଛା କେନ୍ଦ୍ର ବିରୋଧରେ ବର୍ଷିଲେ । ବାରମ୍ବାର କେନ୍ଦ୍ରକୁ ଚିଠି ଲେଖି, ଗହମ ବଦଳରେ ଚାଉଳ ଦେବାକୁ ଦାବି କରାଯାଉଥିଲେ ବି ଏଥିପ୍ରତି ଗୁରୁତ୍ୱ ଦିଆଯାଉ ନଥିବା ଦଳ କହିଛି । ଏପରିକି ପୂର୍ବରୁ ଟାର୍ଗେଟେଡ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମରେ ଯେତିକି ପରିମାଣର ଚାଉଳ ମିଳୁଥିଲା ଏବେ ତା ଠାରୁ କମ ମିଳୁଥିବା ରାଜ୍ୟ କହିଛି । ଆଉ ଯାହାକୁ ନେଇ ଦଳ ଆନ୍ଦୋଳନକୁ ଓହ୍ଲାଇଛି । ଆଉ ଦେଇଛି କେନ୍ଦ୍ର ବିରୋଧୀ ନାରା, ହୋହଲ୍ଲା ଓ ପ୍ରତିବାଦ । କେନ୍ଦ୍ରରେ ବିଜେପି ସରକାର ବିରୋଧରେ ଗର୍ଜିଛି ବିଜୁ ଜନତା ଦଳ । କେନ୍ଦ୍ରର ଗହମ ରାଜନୀତିକୁ ବିରୋଧ କରି ରାଜ୍ୟବ୍ୟାପି ଜିଲ୍ଳାପାଳଙ୍କ ଅଫିସ ଆଗରେ ବିକ୍ଷୋଭ । ଉପକୂଳରୁ ଉପାନ୍ତ ସବୁଠି ଦଳ କରିଛି ପ୍ରତିବାଦ । ରାଜ୍ୟକୁ କେନ୍ଦ୍ର ଆବଶ୍ୟକତାଠାରୁ କମ ଚାଉଳ ଓ ଆବଶ୍ୟକ ନଥାଇ ଅଧିକ ଗହମ ଯୋଗାଉଥିବା ଅଭିଯୋଗ କରିଛି ବିଜେଡି । ଏଣୁ ରାଜ୍ୟ ପାଇଁ ୮୫ ପ୍ରତିଶତ ଚାଉଳ ଦାବି କରି ରାଜରାସ୍ତାକୁ ଓହ୍ଲାଇଥିଲା ଶାସକ ଦଳ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦୁଇ ଦିନ ତଳେ ରାଜ୍ୟର ଦାବି ପୂରଣ ହୋଇଥିବା ନେଇ କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶୱାନ କହିଥିବା ବେଳେ ବିଜେଡି କିନ୍ତୁ ଘୋଷଣା ଅନୁସାରେ ରାସ୍ତାକୁ ଓହ୍ଲାଇଥିଲା । । ଯାହାକୁ ନେଇ ବେଶ କିଛି ଦିନ ହେଲା ଗହମକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି ।

ବର୍ଷ ବର୍ଷ ଧରି ଓଡିଶା ପାଇଁ ଅଧିକ ଚାଉଳ ଦାବି କରି ଆସୁଛନ୍ତି ରାଜ୍ୟ ସରକାର । ହେଲେ କେନ୍ଦ୍ର ରାଜ୍ୟର ଦାବିକୁ ପ୍ରତ୍ୟାଖ୍ୟାନ କରୁଥିବା ଅଭିଯୋଗ କରିଛି ବିଜେଡି । ଏହାରି ଭିତରେ ବେଶ ନାଟକୀୟ ମୋଡ ବି ନେଇଥିଲା ଗହମ ପଲିଟିକ୍ସ । ବିଜେଡି ଆନ୍ଦୋଦାଳନ ପାଇଁ ଚେତାବନି ଦେବା ପରେ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶୱାନଙ୍କୁ ଭେଟିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଏକ ନାଟକୀୟ ଢଙ୍ଗରେ କେନ୍ଦ୍ର ମନ୍ତ୍ରୀ ବି ଗଣମାଧ୍ୟମ ସାମ୍ନାରେ ଘୋଷଣା କଲେ ଆସନ୍ତା ଜୁନ ମାସରୁ ଓଡିଶାକୁ ୮୫ ପ୍ରତିଶତ ଚାଉଳ ଓ ୧୫ ପ୍ରତିଶତ ଗହମ ମିଳିବ । ହେଲେ ଏଭଳି ଘୋଷଣା ସନ୍ତୁଷ୍ଟ କରିପାରି ନଥିଲା ଶାସକ ବିଜେଡିକୁ । ଏଣୁ ଲିଖିତ ପ୍ରତିଶୃତି ଦାବି କରି ଆନ୍ଦୋଦାଳନକୁ ଓହ୍ଲାଇଥିଲା ବିଜେଡି ।

ଶାସକ ଦଳର ଏ ରଣ ହୁଙ୍କାର ଛନକା ସୃଷ୍ଟି କରିଥିଲା ପ୍ରଶାସନିକ କଳରେ । ଆଉ ମାସର ଦ୍ୱିତୀୟ ଶନିବାର ଛୁଟିଥିଲେ ବି କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ ଜିଲ୍ଳାପାଳଙ୍କ ସମେତ ପ୍ରଶାସନିକ ଅଧିକାରୀ । ସେପଟେ ପରିସ୍ଥିତକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ବି ମୁତୟନ ହୋଇଥିଲେ । ଆଉ ବିଜେପି କହିଥିଲା, ନଜର ହଟାଇବାକୁ ଏ ଥିଲା ରାଜନୀତିକ ପଇଂତରାବାଜି ।