ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଦୁର୍ବଳ : ସମୁଦ୍ର ଅଶାନ୍ତ ଥିବାରୁ ମତ୍ସଜୀବୀଙ୍କୁ ସତର୍କ ସୂଚନା ଜାରି

27

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଦୁର୍ବଳ ହୋଇଛି । ଏହା ବାଲେଶ୍ୱରଠାରୁ ୧୪୦କିଲୋମିଟର ଦୂରରେ ରହିଛି । ଏହାର ପ୍ରଭାବରେ ଉତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅନେକ ଅଂଚଳରେ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

ସମୁଦ୍ର ଅଶାନ୍ତ ଥିବାରୁ ମତ୍ସଜୀବୀଙ୍କୁ ସତର୍କ ସୂଚନା ଜାରି କରାଯାଇ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଉପକୂଳ ଅଂଚଳରେ ୩ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ବାରିପଦାରେ ସର୍ବାଧିକ ୯୧ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବାଲେଶ୍ୱର ବସ୍ତଠାରେ ଜଳକା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବିପଦ ସଂକେତ ୫ ଦଶିମକ ୧ ଥିବା ବେଳେ ନଦୀର ଜଳସ୍ତର ୭ ଦଶମିକ ୧ ରହିଛି।