ଗଜପତି ଜିଲ୍ଲାରେ ଲଗାଣ ବର୍ଷାରେ ହରଭଙ୍ଗା ନଦୀରେ ଜଳସ୍ତର ବୃଦ୍ଧି। ବିଭିନ୍ନ ସ୍ଥାନରେ ଭୁଷୁଡିଲା କାନ୍ଥ।

39

କନକ ବ୍ୟୁରୋ: ଲଗାଣ ବର୍ଷାରେ ହରଭଙ୍ଗୀ ନଦୀର ଜଳସ୍ତର ବୃଦ୍ଧି ହୋଇଛି । ୪ଟି ଗାଁକୁ ଯାତାୟତ ଠପ୍ ହୋଇପଡ଼ିଛି । ସେପଟେ ବର୍ଷା ଯୋଗୁ ଜଣକ ଘର କାନ୍ଥ ଭୁଶୁଡିପଡ଼ିଥିବା ବେଳେ ଅଳ୍ପକେ ବର୍ତିଯାଇଛନ୍ତି ଗୋଟିଏ ପରିବାରର ୪ଜଣ । ଗଜପତି ନୂଆଗଡର ବଡ଼ପଦା ଗାଁରେ ଏଭଳି ଚିତ୍ର ସାମ୍ନାକୁ ଆସିଛି । କିଛି ଦିନ ଧରି ବର୍ଷା ଲାଗି ରହିଥିବା ବେଳେ ଗାଁର ଜଣକ ଘର କାନ୍ଥ ଭୁଶୁଡି ପଡ଼ିଥିଲା । ଶୋଇଥିବା ଅବସ୍ଥାରେ ଏହି କାନ୍ଥ ଭୁୁଶୁଡିଥିବା ବେଳେ ପରିବାର ଲୋକେ ଏହି ଘଟଣାରୁ ବର୍ତିଯାଇଥିଲେ ।

ସେହିଭଳି ମୋହନା ବ୍ଳକର ଲିଲିଗଡ ସ୍କୁଲ ପାଚେରୀ ଭାଙ୍ଗିପଡ଼ିଥିଲା । ରାସ୍ତାକଡରେ ଥିବା ସ୍କୁଲ ପାଚେରୀ ଭାଙ୍ଗି ଧାନକ୍ଷେତରେ ପଡିରହିଛି । ଯାହାର ତୁରନ୍ତ ମରାମତି ଦାବି ହୋଇଛି । ସେପଟେ ହରଭଙ୍ଗୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ୪ଟି ଗାଁକୁ ଯାତାୟତ ଠପ୍ ହୋଇଯାଇଛି । ନଦୀ ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଲ ଭାସିଯିବା ଯୋଗୁ ମୋହନା ଠାରୁ ଧନୁପଙ୍କ ବାଢେଇପୁର ଓ ନୂଆସାହି ଗାଁକୁ ଯାତାୟତ ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି ।