ଭୀମା କୋରେଗାଓଁ ହିିଂସା ମାମଲା, ବିବଦୀୟ ଟ୍ୱିଟ ପାଇଁ କ୍ଷମା ମାଗିଲେ ବିବେକ ଅଗ୍ନିହୋତ୍ରୀ

71

କନକ ବ୍ୟୁରୋ : ‘ଦ କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ୨୦୧୮ର ଏକ ବିବାଦୀୟ ଟ୍ୱିଟ୍ ପାଇଁ କୋର୍ଟଙ୍କ ନିକଟରେ କ୍ଷମା ପ୍ରାଥନା କରିଛନ୍ତି । ସେ ଦିଲ୍ଲୀ ହାଇକୋର୍ଟଙ୍କ ଠାରେ ନିସର୍ତ୍ତ କ୍ଷମା ପ୍ରାଥନା କରିଛନ୍ତି । ୨୦୧୮ ଭୀମା କୋରେଗାଓଁ ମାମଲାର ବିଚାର କରୁଥିବା ଜଷ୍ଟିସ ଏସ୍ ମୂରଲୀଧରଙ୍କ ଉପରେ ବିବେକ ଅଗ୍ନିହୋତ୍ରୀ ଅଭିଯୋଗ ଆଣିଥିଲେ କି ଭୀମା କୋରେଗାଓଁ ମାମଲାରେ କାର୍ଯ୍ୟକର୍ତ୍ତା ଗୌତମ ନବଲକ୍ଷାକୁ ଆସ୍ୱସ୍ଥି ଦେବାରେ ଜଷ୍ଟିସ ପକ୍ଷପାତିତା କରୁଛନ୍ତି । ଏହି ମାମଲାରେ କୋର୍ଟ ଗୌତମ ନବଲଖାଙ୍କ ହାଉସ ଆରେଷ୍ଟ ଓ ଟ୍ରାନଜିଟ ରିମାଣ୍ଡକୁ ରଦ୍ଦ କରିଦେଇଥିଲେ । ଏହାପରେ ବିବେକ ଅଗ୍ନିହୋତ୍ରୀ ଜଷ୍ଟିସ ଏସ ମୂରଲୀଧରଙ୍କ ଉପରେ ଏକ ବିବାଦୀୟ ଟ୍ୱଟ୍ କରିଥିଲେ ।

ଏହି ଟ୍ୱିଟକୁ ନେଇ ଜଷ୍ଟିସ ଏସ୍ ମୂରଲୀଧରଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନଜରରେ କୋର୍ଟ ବିବେକ ଅଗ୍ନିହୋତ୍ରୀ, ଲେଖକ ଆନନ୍ଦ ରଙ୍ଗନାଥନ ଓ ନ୍ୟୁଜ ପୋର୍ଟାଲ ସ୍ୱରାଜଙ୍କ ବିରୋଧରେ ଅବମାନନା ମାମଲା ରୁଜୁ କରିଥିଲା ।

ଏହି ମାମଲାରେ ଆଜି ବିବେକ ଅଗ୍ନିହୋତ୍ରୀ ନିଜ ଓକିଲଙ୍କ ସହାୟତାରେ ଏକ କ୍ଷମା ଯାଚିକା କୋର୍ଟରେ ଉପସ୍ଥାପନ କରିଥିଲେ । ଏଥିରେ କୁହାଯାଇଛି କି ଏହି ବିବାଦୀୟ ଟ୍ୱିଟକୁ ହଟେଇ ଦିଆଯାଇଛି । ହେଲେ ସରକାରୀ ଓକିଲ କହିଥିଲେ କି ବିବେକ ଅଗ୍ନିହୋତ୍ରୀ ଏହି ଟ୍ୱିଟକୁ ହଟାଇ ନାହାଁନ୍ତି ।

ହେଲେ ଏହି ମାମଲାରେ ବିବେକ ଅଗ୍ନିହୋତ୍ରୀ କ୍ଷମା ଯାଚିକା ଦାଖଲ କରିଥିଲେ ବି କୋର୍ଟ ତାଙ୍କୁ ମାର୍ଚ୍ଚ ୧୬ ତାରିଖରେ ବ୍ୟକ୍ତିଭାବେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।